thumbnail

By ETV Bharat Odisha Team

Published : Jun 26, 2024, 8:03 PM IST

ETV Bharat / Videos

ଓଡ଼ିଶା-ଛତିଶଗଡ ଜଳ ବିବାଦକୁ ନେଇ ବଡ ବୟାନ ଦେଲେ ରାଜସ୍ବ ମନ୍ତ୍ରୀ - Mahanadi water dispute

MAHANADI WATER DISPUTE: କଟକ: ଖୁବଶୀଘ୍ର ସମାଧାନ ହେବ ମହାନଦୀ ଜଳ ବିବାଦ କହିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଆଜି(ବୁଧବାର) ଦିନ କଟକ ଗସ୍ତରେ ଆସି ସମାଜ କାର୍ଯ୍ୟାଳୟରେ ଗୋପବନ୍ଧୁ ଦାସ ଏବଂ ରାଧାନାଥ ରଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ନେତାଜୀ ସଂଗ୍ରହାଳୟରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ଏହା ପରେ ଜନ୍ମସ୍ଥାନରେ ଥିବା ବିଭିନ୍ନ ଗ୍ୟାଲେରୀ ପରିଦର୍ଶନ କରିଥିଲେ । ଏହି ଅବସରରେ ସେ କହିଛନ୍ତି ଯେ, ବରପୁତ୍ରଙ୍କୁ ସମ୍ମାନ ଏବଂ ପ୍ରତିଭା ପୂଜା କରିବାର ଆହୁରି ଆବଶ୍ୟକତା ଅଛି । ଯେଉଁ ଜାତି ପ୍ରତିଭା ପୂଜାରେ ଯେତେ ସକ୍ଷମ ସେ ଜାତି ସେତେ ଆଗୁଆ । ବିଭିନ୍ନ ଐତିହ୍ୟର ସୁରକ୍ଷା ପାଇଁ ଆମ ସରକାର ଯତ୍ନବାନ ହେବ । ଓଡିଶାର ପ୍ରତିଭା ଏବଂ ବିଚାରଧାରା ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ଆମ ସରକାରର ପ୍ରାଥମିକତା ହେବ ।

ସେପଟେ ମହାନଦୀ ବିବାଦ ଉପରେ ମଧ୍ୟ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଖୁବଶୀଘ୍ର ସମାଧାନ ହେବ ମହାନଦୀ ଜଳ ବିବାଦ । ପୂର୍ବ ସରକାର ଏହି ବାବଦର ସମାଧାନ ପାଇଁ ବିଶେଷ ଉଦ୍ୟମ କରି ନାହାଁନ୍ତି । ରାଜ୍ୟ-ରାଜ୍ୟ ମଧ୍ୟରେ ଆଲୋଚନାରେ ସମାଧାନ ହୋଇପାରିବ । ପୂର୍ବ ସରକାର ଛତିଶଗଡ଼ ସହ ଆଲୋଚନା କରିଲେ ନାହିଁ । ସେଣ୍ଟ୍ରାଲ ୱାଟର କମିଶନ ପାଖରେ ସଠିକ ତଥ୍ୟ ରଖିଲେ ନାହିଁ । କେନ୍ଦ୍ର ସରକାରଙ୍କ ସହାୟତା ନେବାର ଥିଲା । ଆମେ ଏ ସବୁ ଉପାୟ ଅବଲମ୍ବନ କରି ସମସ୍ୟାର ସମାଧାନ କରିବୁ । ଜଳ ବିବାଦ ମାମଲାରେ ଟ୍ରିବୁନାଲକୁ ସାହାଯ୍ୟ କରୁନଥିଲେ ପୂର୍ବ ସରକାର । ଏବେ ସ୍ଥାୟୀ ଟ୍ରିବୁନାଲ ଗଠନ ହୋଇଛି । ଖୁବଶୀଘ୍ର ସବୁ ତଥ୍ୟ ଟ୍ରିବୁନାଲ ନିକଟରେ ଦାଖଲ କରିବୁ । ଏହାସହ ରାଜସ୍ୱ ସେବାକୁ ବିକଶିତ କରାଯିବ । 

ଏହା ମଧ୍ୟ ପଢନ୍ତୁ .....ଆଜି ଦିଲ୍ଲୀ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ଓ ପ୍ରଭାତୀ - CM DY CM Delhi visit 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜସ୍ୱ ମାମଲା ଗୁଡିକର ସମାଧାନ ଉପରେ ଗୁରୁତ୍ୱ ଦେବୁ । ବିପର୍ଯ୍ୟୟର ମୁକାବିଲା ବିପର୍ଯ୍ୟୟର ସମାଧନ ଉପରେ ଗୁରୁତ୍ୱ ଦେବୁ । ଏହି କ୍ଷେତ୍ରରେ ବିଶେଷଜ୍ଞଙ୍କ ପରାମର୍ଶ ସହ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର କରାଯିବ । ତହସିଲ ଅଫିସରୁ ସମସ୍ତ ପ୍ରମାଣ ପତ୍ର ନିଦ୍ଦିଷ୍ଟ ସମୟରେ ପାଇବେ ଆବେଦନରକାରୀ । ତହସିଲଦାର ଅଫିସରୁ ଦଲାଲ ରାଜ୍ ବନ୍ଦ କରାଯିବ । ସମ୍ପୂର୍ଣ୍ଣ ଦୁର୍ନୀତି ମୁକ୍ତ ହେବ ପ୍ରମାଣ ପତ୍ର ଦେବା ବ୍ୟବସ୍ଥା ।

ଇଟିଭି ଭାରତ, କଟକ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.