thumbnail

By ETV Bharat Odisha Team

Published : Mar 9, 2024, 11:18 AM IST

ETV Bharat / Videos

ରାଉରକେଲା ଏବଂ ବୌଦ୍ଧରେ ଜାଗର ଯାତ୍ରା, ମଧ୍ୟରାତ୍ରିରେ ଉଠିଲା ମହାଦୀପ

Mahashivratri in Rourkella and Boudh: ରାଉରକେଲା/ବୌଦ୍ଧ: ରାଉରକେଲା ବିଭିନ୍ନ ଶୈବପୀଠରେ ଭକ୍ତିର ସହିତ ସମ୍ପନ୍ନ ହୋଇଛି ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା । ସଂଧ୍ୟାରେ ମହାନଦୀରେ ମହାଆଳତୀ ସହିତ ମଧ୍ୟରାତ୍ରିରେ ବିଭିନ୍ନ ଶିବ ମନ୍ଦିରରେ ମହାଦୀପ ଉଠିଛି । ମହାଦୀପ ଦର୍ଶନ କରି ଦିନସାରା ଉପବାସ କରିଥିବା ଶ୍ରଦ୍ଧାଳୁମାନେ ବ୍ରତ ସମାପନ କରିଛନ୍ତି । ତେବେ  ଏହି ଅବସରରେ ରାଉରକେଲାର ପ୍ରସିଦ୍ଧ ଶୈବ ପୀଠ ରାଉରକେଲା ବେଦବ୍ୟାସ ପୀଠରେ ଚଳିତ ବର୍ଷ ମହାଶିରାତ୍ରି ବେଶ ଆଡ଼ମ୍ବର ସହକାରେ ପାଳନ କରାଯାଇଛି । ଏନେଇ ବେଦ୍ୟାବସ ଟ୍ରଷ୍ଟ ବୋର୍ଡ, ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ସେହିପରି ମହାଶିବରାତ୍ରୀ ଉପଲକ୍ଷେ ବେଦବ୍ୟାସ ପୀଠରେ ପ୍ରତିବର୍ଷ ୧୫ ଦିନ ଧରି ମେଳା ଚାଲୁଥିବା ବେଳେ ଚଳିତ ବର୍ଷ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ- ସରିଲା ପ୍ରତୀକ୍ଷା, ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ

ମହାଦେବଙ୍କ ମହାଶିବରାତ୍ରି ଉପଲକ୍ଷେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଶୈବପୀଠ ଗୁଡ଼ିକରେ ଭକ୍ତ ଶ୍ରଦ୍ଧାଳୁମାନେ ଦୀପ ପ୍ରଜ୍ବଳନ ପୂର୍ବକ ଜାଗର ଉତ୍ସବ ପାଳନ କରିଛନ୍ତି । ଏନେଇ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଜିଲ୍ଲାର ଐତିହ୍ୟ, ସଂସ୍କୃତି ଓ ଆଧ୍ୟାତ୍ମିକ କ୍ଷେତ୍ର ଭାବରେ ପରିଚିତ ରାମେଶ୍ବର ମନ୍ଦିର ଓ ଗନ୍ଧରାଡ଼ିର ହରିହର ମନ୍ଦିର ସମେତ ମହାନଦୀ ଓ ତେଲନଦୀ କୂଳରେ ପ୍ରତିଷ୍ଠା କରାଯାଇଥିବା ବିଭିନ୍ନ ପ୍ରାଚୀନ ଶୈବପୀଠ ଗୁଡ଼ିକରେ ସକାଳୁ ସ୍ବତନ୍ତ୍ର ପୂଜାର୍ଚ୍ଚନା ପରେ ସଂଧ୍ୟାରେ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  

ଇଟିଭି ଭାରତ, ରାଉରକେଲା/ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.