thumbnail

ଶୁଭମୟ ହେବ ଦିନ, ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତି - Mangala Alati

By ETV Bharat Odisha Team

Published : Jul 21, 2024, 7:04 AM IST

ପୁରୀ: ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବଃ ତୁମେ । ରଥଯାତ୍ରାରେ ଖାଲି ପଡିଥିବା ରତ୍ନବେଦୀ ଏବେ ପୁରି ଉଠିଛି । ଭକ୍ତଙ୍କ ଗହଳି ଚହଳିରେ ଫାଟି ପଡୁଛି ଶ୍ରୀମନ୍ଦିର ।  ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ପ୍ରଭୁ ଜଗନ୍ନାଥଙ୍କୁ ଶ୍ରୀମନ୍ଦିରରେ ଦର୍ଶନ କରୁଛନ୍ତି ଭକ୍ତ ।  ପ୍ରତିଦିନ ପରି ଆଜି ମଧ୍ୟ ଶ୍ରୀମନ୍ଦିରରେ ପତିତପାବନଙ୍କ ମଙ୍ଗଳ ଆଳତି ସମ୍ପନ୍ନ ହୋଇଛି । ଭୋରରୁ ସେବାୟତଙ୍କ ଦ୍ୱାରା ଦ୍ୱାରଫିଟା ନୀତି ପରେ ମଙ୍ଗଳ ଆଳତି ନୀତି କରାଯାଇଛି । ଘଣ୍ଟ ଘଣ୍ଟା ଓ ମନ୍ତ୍ରୋଚ୍ଚାରଣରେ ପ୍ରକମ୍ପିତ ହୋଇଛି ଶ୍ରୀମନ୍ଦିର ପରିସର । ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତି ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁମାନଙ୍କ ଭିଡ ଦେଖିବାକୁ ମିଳିଥିଲା । ବିଶ୍ବାସ ରହିଛି ପ୍ରଭୁ ପତିତପାବନଙ୍କ ଏହି ଦିବ୍ୟ ମଙ୍ଗଳ ଆଳତି ଦର୍ଶନ କଲେ ପାପ କ୍ଷୟ ହୋଇଥାଏ ଓ କୋଟି ଜନ୍ମର ପୂଣ୍ୟ ମିଳିଥାଏ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.