ଆରମ୍ଭ ହେଲା ଭୋଟ ଗଣତି; ଯାଜପୁରରେ ବଢିଲା ନେତାଙ୍କ ହୃଦସ୍ପନ୍ଦନ - Vote Couting begins

By ETV Bharat Odisha Team

Published : Jun 4, 2024, 9:27 AM IST

thumbnail
ଆରମ୍ଭ ହେଲା ଭୋଟ ଗଣତି; ଯାଜପୁରରେ ବଢିଲା ନେତାଙ୍କ ହୃଦସ୍ପନ୍ଦନ (ETV Bharat Odisha)

ଯାଜପୁର: ଆରମ୍ଭ ହେଲା ବହୁ ପ୍ରତୀକ୍ଷିତ ଭୋଟ ଗଣତି  । ଲୋକସଭା ସହ ଓଡ଼ିଶା ବିଧାନସଭା ନିର୍ବାଚନ ନେଇ ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଯାଇଛି  । ପ୍ରଥମେ ପୋଷ୍ଟାଲ ବାଲଟ ପରେ ଇଭିଏମ ଗଣତି କରାଯିବ  । ଏହି କ୍ରମରେ ଯାଜପୁର ଲୋକସଭା ଏବଂ 7 ବିଧାନସଭା ଆସନ ପାଇଁ  ଯାଜପୁର ଏନସି କଲେଜରେ ଭୋଟ ଗଣତି କରାଯାଉଛି ।  ଏଥିପାଇଁ ପ୍ରତି ନିର୍ବାଚନ ମଣ୍ଡଳୀରେ 24ଟି ଟେବୁଲ କରାଯାଇଛି । ଚାରିଆଡେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ସେପଟେ ପ୍ରାର୍ଥୀ ଓ ତାଙ୍କ ସମର୍ଥକମାନେ ଗଣନା କେନ୍ଦ୍ର ଆଗରେ ଜଗି ରହିଛନ୍ତି । ଏଜେଣ୍ଟମାନେ ପରିଚୟ ପତ୍ର ଦେଖାଇ କାଉଣ୍ଟିଂ ସେଣ୍ଟର ମଧ୍ୟରେ ପ୍ରବେଶ କରୁଛନ୍ତି । ଚଳିତ ନିର୍ବାଚନରେ ଯାଜପୁର ଲୋକସଭା ଓ 7ଟି ବିଧାନସଭା ଆସନ ପାଇଁ 11ଲକ୍ଷ 51ହଜାର 49ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି । ତେବେ ନିର୍ବାଚନରେ କେଉଁ ପ୍ରାର୍ଥୀଙ୍କ ଉପରେ ଭରସା କରିଛନ୍ତି ଜନତା, ତାହା ଆଜି ଅପରାହ୍ନ ସୁଦ୍ଧା ସ୍ପଷ୍ଟ ହୋଇଯିବ । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.