କାଲି ଆସିବ ଫଳାଫଳ, ହେବ କି ପରିବର୍ତ୍ତନ ? - VOTE COUNTING IN kendrapara

By ETV Bharat Odisha Team

Published : Jun 3, 2024, 11:00 PM IST

thumbnail
କାଲି ଆସିବ ଫଳାଫଳ, ହେବ କି ପରିବର୍ତ୍ତନ ? (ETV Bharat Odisha)

VOTE COUNTING IN KENDRAPARA:କେନ୍ଦ୍ରାପଡ଼ା: ଶାନ୍ତିପୂର୍ଣ୍ଣ ଭାବେ ଜିଲ୍ଲାରେ ସମାପ୍ତ ହୋଇଛି ଭୋଟ୍ ଗ୍ରହଣ । କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ଆସନ୍ତାକାଲି ସକାଳ ୮ ଘଟିକାରୁ ଆରମ୍ଭ ହେବ ଭୋଟଗଣତି । ପ୍ରତ୍ୟେକ ବିଧାନସଭା ପାଇଁ ୧୦ ଲେଖାଏଁ ଟେବୁଲ୍‌ର ଆୟୋଜନ କରାଯାଇଥିବା ବେଳେ ମୋଟ୍ ୫୦ଟି ଟେବୁଲ୍‌ରେ ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର, ମହାକାଳପଡ଼ା ବିଧାନସଭା କ୍ଷେତ୍ର ପାଇଁ ପ୍ରତିଦ୍ୱନ୍ଦ୍ବିତା କରୁଥିବା ପ୍ରାର୍ଥୀଙ୍କ ଭୋଟ୍‌ ଗଣତି ହେବ । ସେହିପରି ଲୋକସଭାର ଭୋଟ୍‌ ଗଣତି ପାଇଁ ମୋଟ୍ ୫୦ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଟେବୁଲ୍‌ରେ ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ, ଜଣେ କାଉଣ୍ଟିଂ ସୁପରଭାଇଜର୍ ଓ ଜଣେ ମାଇକ୍ରୋ ଅବଜରର୍ଭର ନିୟୋଜିତ ହୋଇଛନ୍ତି । ଏକାକାଳୀନ ପୋଷ୍ଟାଲ ବାଲାଟ୍ ଓ ଇଭିଏମ୍‌ର ଭୋଟ୍‌ ଗଣତି ଆରମ୍ଭ କରାଯିବ । 

ଏହା ମଧ୍ୟ ପଢନ୍ତୁ.....କାଲି ଫଳାଫଳ; ଅନୁଗୋଳରେ ୪ କେନ୍ଦ୍ରରେ ହେବ ଭୋଟ ଗଣତି

ପୋଷ୍ଟାଲ୍ ବାଲାଟ୍ ଲୋକସଭା ପାଇଁ ମୋଟ୍ ୨୪ଟି ଟେବୁଲ୍‌ର ଆୟୋଜନ କରାଯାଇଥିବା ବେଳେ ପ୍ରତ୍ୟେକ ବିଧାନସଭା ମଣ୍ଡଳୀ ପାଇଁ ୪ଟି ଲେଖାଏଁ ଟେବୁଲ୍‌ର ଆୟୋଜନ ହୋଇଛି । ପାଟକୁରା ୩୧ ରାଉଣ୍ଡ, କେନ୍ଦ୍ରାପଡ଼ା ୨୫ ରାଉଣ୍ଡ, ଆଳି ୩୨ ରାଉଣ୍ଡ, ରାଜନଗର ୨୯ ରାଉଣ୍ଡ ଓ ମହାକାଳପଡ଼ା ବିଧାନସଭା କ୍ଷେତ୍ରର ଭୋଟଗଣତି ୨୯ ରାଉଣ୍ଡରେ ଶେଷ ହେବ । ଭୋଟଗଣତି ଶେଷରେ ନିର୍ବାଚନର ସ୍ୱଚ୍ଛତା ଓ ଇଭିଏମ୍ ମେସିନ୍ ଉପରେ ସାର୍ବଜନୀନ ବିଶ୍ୱାସ ପ୍ରକଟ କରିବା ପାଇଁ ସମସ୍ତ ପ୍ରାର୍ଥୀଙ୍କ ଉପସ୍ଥିତିରେ ଲଟେରୀ ପକାଯିବ । ଭିଭିପାଟ୍ ସ୍ଲିପ୍ ଓ ଇଭିଏମ୍ ମେସିନ୍‌ର ଭୋଟ୍ ସହ ଗଣତି ସମନ୍ୱୟ ହେଲେ ଇଭିଏମ୍‌ର ବିଶ୍ୱାସନୀୟତା ପ୍ରତିଷ୍ଠା ହେବ ଏବଂ ସବୁ ଦ୍ୱନ୍ଦ୍ୱ ଓ ଆଶଙ୍କାରେ ପୂର୍ଣ୍ଣଛେଦ ପଡ଼ିବ ବୋଲି କେନ୍ଦ୍ରାପଡା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ସୂଚନା ଦେଇଛନ୍ତି ।


ଇଟିଭି ଭାରତ, କେନ୍ଦ୍ରାପଡ଼ା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.