କାଲି କାକଟପୁର ଓ ନିମାପଡାରେ ପଡ଼ିବ ଭୋଟ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି - last Phase Election in Odisha

By ETV Bharat Odisha Team

Published : May 31, 2024, 8:24 PM IST

thumbnail
LAST PHASE ELECTION IN ODISHA (ETV Bharat Odisha)

LAST PHASE ELECTION IN ODISHA: ନିମାପଡ଼ା: ଆସନ୍ତାକାଲି କାକଟପୁର ଓ ନିମାପଡା ନିର୍ବାଚନ ମଣ୍ଡଳୀରେ ହେବ ଭୋଟ ଗ୍ରହଣ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟରମାନେ ନିଜ ନିଜର ବୁଥରେ ମତଦାନ କରିବେ । କାକଟପୁରର ୨୮୦ଟି ଓ ନିମାପଡାର ୨୮୦ଟି ବୁଥରେ ମତଦାନ କରିବେ ମତଦାତା । କାକଟପୁର ଓ ନିମାପଡାରେ ୩୮ ଲେଖାଏଁ ସଖୀ ବୁଥ ରହିଛି, ଯେଉଁ ବୁଥ ଗୁଡ଼ିକୁ କେବଳ ମହିଳା ପୋଲିଂ ଅଧିକାରୀମାନେ ପରିଚାଳନା କରିବେ ।

ନିମାପଡ଼ାର ୨୮୦ଟି ବୁଥ ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଥିବାବେଳେ ନିମାପଡ଼ା ନିର୍ବାଚନ ପରିଚାଳନା ପାଇଁ ଜଣେ ଅତିରିକ୍ତ ଏସ୍‌ପି, ୩ ଜଣ ଡିଏସ୍‌ପିଙ୍କ ସମେତ ପୋଲିସ ଅଧିକାରୀ, କନେଷ୍ଟବଳ, ହୋମଗାର୍ଡ ସୁରକ୍ଷା ବ୍ୟବସ୍ଥା ପରିଚାଳନା କରିବେ । ନିମାପଡ଼ାରେ ୨ ଲକ୍ଷ ୪୭ ହଜାର ୫୫୩ ଜଣ ଭୋଟର ୧୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି କରିଥିବାବେଳେ ଗଣତନ୍ତ୍ରର ଏହି ମହାପର୍ବରେ ସମସ୍ତଙ୍କୁ ସାମିଲ ହେବା ପାଇଁ ଅନୁରୋଧ କରାଯାଇଛି । ନିର୍ବାଚନ ପାଇଁ ୨୦ ଏଏସ୍‌ଆଇ, ୩ କମ୍ପାନୀ ପୋଲିସ ଫୋର୍ସ ତଥା ୨୭୦ ଜଣ ଅର୍ଦ୍ଧସାମରିକ ବଳ, ୩୪ଟି ପୋଲିସ ମୋବାଇଲ ଟିମ୍‌ ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ତଥା ତଦାରଖ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ବ୍ୟତୀତ ଭୋଟକେନ୍ଦ୍ର ଗୁଡିକରେ ପାନୀୟ ଜଳ ଶୌଚାଳୟ, ପ୍ରାଥମିକ ଚିକିତ୍ସା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ମତଦାନ ସମୟରେ ମହିଳା ଓ ବୟସ୍କମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି, ୨୨୮୦ଟି ସମ୍ବେଦନଶୀଳ ବୁଥ ଉପରେ ସ୍ବତନ୍ତ୍ର ନଜର - Poll Preparedness In Odisha

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.