ETV Bharat / state

ପିପିଲିରୁ PM ଆବାସ ଯୋଜନା ସର୍ଭେ ଆରମ୍ଭ, ପୋର୍ଟାଲ ଲଞ୍ଚ କଲେ ମନ୍ତ୍ରୀ - PM AWAS SURVEY

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ନୂଆ ହିତାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ । ପିପିଲିରୁ ଶୁଭାରମ୍ଭ କଲେ ମନ୍ତ୍ରୀ ।

PM Awas Survey
PM Awas Survey (ETV Bharat Odisha)
author img

By ETV Bharat Odisha Team

Published : Jan 24, 2025, 5:18 PM IST

ନିମାପଡା: ଆଜିଠୁ ଆରମ୍ଭ ହୋଇଛି ଆବାସ ସର୍ଭେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନୂତନ ହିତାଧିକାରୀ ଚୟନ ପାଇଁ ପ୍ରକ୍ରିୟା ଆରମ୍ଭ । ଆଜି ପିପିଲି ଜଶୁଆପୁର ପଞ୍ଚାୟତ ଅର୍ଜୁନ ସିଂହପୁରରେ ଆରମ୍ଭ ହୋଇଛି ଗ୍ରାମୀଣ ଆବାସ ସର୍ଭେ । ଆବାସ ପୋର୍ଟାଲର ବିଧିବଦ୍ଧ ଲଞ୍ଚ କରିଛନ୍ତି ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାଏକ ।

PM Awas Survey (ETV Bharat Odisha)

ଆବାସ ପ୍ଲସ ମୋବାଇଲ ଆପ୍:

ହିତାଧିକାରୀମାନେ ଆବାସ ପ୍ଲସ ମୋବାଇଲ ଆପ୍ ଜରିଆରେ ଆବେଦନ କରିପାରିବେ । ଉଭୟ ଅଫଲାଇନ ଏବଂ ଅନଲାଇନରେ ଆବେଦନ କରିପାରିବେ ହିତାଧିକାରୀ । ଏଥର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଯୋଗ୍ୟତା ମାପଦଣ୍ଡରେ କୋହଳ କରିଛନ୍ତି ସରକାର । ହିତାଧିକାରୀଙ୍କ ପରିବାରର ମାସିକ ଆୟ ସୀମା ୧୦ ହଜାରରୁ ୧୫ ହଜାର କରାଯାଇଛି । ପରିବାରର ମାସିକ ଆୟ ୧୫ ହଜାର ଟଙ୍କା ଥିଲେ PMAY ପାଇଁ ଯୋଗ୍ୟ ବିବେଚିତ ହେବେ । ଦୁଇ ଚକିଆ ଯାନ, ଫ୍ରିଜ, ଲ୍ୟାଣ୍ଡ ଫୋନ ଥିଲେ ବି PMAY ପାଇଁ ଯୋଗ୍ୟ ବିବେଚିତ ହେବେ। ତେବେ ଦେଢରୁ ୨ ମାସ ଚାଲିବ ଆବାସ ସର୍ଭେ ।

PM Awas Survey
PM Awas Survey (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ମୋଦିଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି; ଗୃହହୀନଙ୍କ ପାଇଁ ଆଉ 3କୋଟି ଘର - 3 Crore Additional PMAY Homes

ପିଏମ ଆବାସ ଆବେଦନ ପାଇଁ ଯୋଗ୍ୟତା:

  • ଆୟ ମାସିକ 15 ହଜାର ଟଙ୍କାରୁ ଉର୍ଦ୍ଧ୍ବ ହୋଇନଥିବ
  • ବାଇକ୍, ଫ୍ରିଜ ଭଳି ଇଲେକ୍ଟ୍ରୋନିକ୍ସ ଡିଭାଇସ ଥିଲେ କରିହେବ ଆବେଦନ
  • ବାପାଙ୍କଠାରୁ ଅନ୍ୟତ୍ର ରହୁଥିବା ପୁଅ ବି ଆବେଦନ କରିପାରିବେ
  • ସ୍ବାମୀଙ୍କ ଠାରୁ ଅଲଗା ରହୁଥିବା ମହିଳା ବି କରିପାରିବେ ଆବେଦନ
  • ପୂର୍ବରୁ ଆବେଦନ କରିଥିବା ଆବେଦନକାରୀ ବି ପୁଣି ଥରେ ଆବେଦନ କରିପାରିବେ

ଆବାସ ସର୍ଭେ ଶୁଭାରମ୍ଭ:

ଆବେଦନକରୀମାନେ ପଞ୍ଚାୟତ ଗୁଡିକରେ ଅଫଲାଇନରେ ଆବେଦନ କରିପାରିବେ କିମ୍ଭା ଅନଲାଇନରେ ମଧ୍ୟ ଆବେଦନ କରିପାରିବେ । ଏଥିପାଇଁ ବିଭାଗ ପକ୍ଷରୁ ପଞ୍ଚାୟତ ଗୁଡ଼ିକରେ ପଲ୍ଲିସଭା କରି ସଚେତନ କରାଯିବ । ଆଜି ପଞ୍ଚାୟତରାଜ ମନ୍ତ୍ରୀ ୫ ଜଣ ହିତାଧିକାରୀଙ୍କୁ ଚୟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସହ ପୁରୀ ସାଂସଦ ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

ଏହା ବି ପଢନ୍ତୁ...PM Awas Yojana: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ କରୁଛନ୍ତି କି ? ଜାଣନ୍ତୁ କେଉଁମାନଙ୍କୁ ମିଳିବ ଘର - Pradhan Mantri Awas Yojana - PRADHAN MANTRI AWAS YOJANA

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.