ବାଲେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ, LIVE - NARENDRA MODI LIVE - NARENDRA MODI LIVE
🎬 Watch Now: Feature Video


Published : May 29, 2024, 3:14 PM IST
|Updated : May 29, 2024, 3:35 PM IST
ବାଲେଶ୍ୱର: ବାଲେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରିପଦାରେ ପ୍ରଚାର କାର୍ଯ୍ୟ ସାରି ବାଲେଶ୍ୱର ଆସିଲେ ମୋଦି । ରେମୁଣାରେ ପହଞ୍ଚି ଦଳୀୟ ପ୍ରଚାର କରିବା ସହ ବିଜେପିର ବିଜୟ ସଂକଳ୍ପ ସଭାରେ ଯୋଗ ଦେଇଛନ୍ତି ମୋଦି । ରେମୁଣାରେ ପ୍ରଚାର କରି ବିଜେପିର ବାଲେଶ୍ବର ଲୋକସଭା ପ୍ରାର୍ଥୀ ପ୍ରତାପ ଷଡଙ୍କୀ ଏବଂ ବିଧାୟକ ପ୍ରାର୍ଥୀମାନଙ୍କ ପାଇଁ ଭୋଟ ମାଗିଛନ୍ତି । ଏହି କାର୍ଯ୍ୟକ୍ରମରେ ହଜାର ହଜାର ଜନତା ଉପସ୍ଥିତ ରହିଛନ୍ତି । ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଇଭୋଲଟେଜ ପ୍ରଚାର କାର୍ଯ୍ୟକ୍ରମ ରହିଛି । ଏହାକୁ ମିଶାଇ ୪ ଥର ମୋଦି ଓଡ଼ିଶା ଗସ୍ତ କରିଛନ୍ତି । ଆଜି ୩ଟି ସ୍ଥାନରେ ଦଳୀୟ କାର୍ଯ୍ୟକ୍ରମ ରହିଛି । ଏହାପୂର୍ବରୁ ଆଜି ବାଲେଶ୍ୱରରେ ଦଳୀୟ ସଭାରେ ସମ୍ବୋଧନ କରିଥିବା ବେଳେ ଏବେ ରେମୁଣାରେ କାର୍ଯ୍ୟକ୍ରମ ଜାରି ରହିଛି । ଏହାପରେ କେନ୍ଦ୍ରାପଡା ଗସ୍ତ କରିବେ ପ୍ରଧାନମନ୍ତ୍ରୀ । ଦେଖନ୍ତୁ ସିଧାପ୍ରସାରଣ
Last Updated : May 29, 2024, 3:35 PM IST