thumbnail

By ETV Bharat Odisha Team

Published : Apr 26, 2024, 5:45 PM IST

ETV Bharat / Videos

ମତ ସାବ୍ୟସ୍ତ କଲେ ସାଉଥ ଷ୍ଟାର ୟଶ-ରକ୍ଷୀତ-ମାମୁତୀ - Lok Sabha Election Phase 2

ହାଇଦ୍ରାବାଦ: ଲୋକସଭା ନିର୍ବାଚନ ୨୦୨୪ର ଦ୍ବିତୀୟ ପର୍ଯ୍ୟାୟ ପାଇଁ ଆରମ୍ଭ ହୋଇଛି ମତଦାନ । ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୋଟ ୮୮ଟି ଆସନରେ ମତଦାନ ଚାଲିଛି । ଦ୍ବିତୀୟ ପର୍ଯ୍ୟାୟରେ ମୋଟ ୧୨୦୨ ପ୍ରାର୍ଥୀ ମୈଦାନରେ ଅଛନ୍ତି । ତେବେ ଏହି ଅବସରରେ ସାଉଥର ଲୋକପ୍ରିୟ ତାରକା ନିଜ ମତ ସାବ୍ୟସ୍ତ କରିଛନ୍ତି । ବେଙ୍ଗାଲୁରୁର ଭିନ୍ନ ଭିନ୍ନ ମତଦାନ କେନ୍ଦ୍ରରେ ଅଭିନେତା ୟଶ ଏବଂ ରକ୍ଷୀତ ଶେଟ୍ଟୀ ଭୋଟ ଦେଇଛନ୍ତି । ଏହି ସମୟରେ ୟଶ ଲୋକଙ୍କୁ ଭୋଟ ଦେବାକୁ ଅପିଲ କରିଥିଲେ । ସେ କହିଥିଲେ, ଏହି ଗଣତନ୍ତ୍ର ଉତ୍ସବରେ ଯୋଗ ଦେଇ ଅଧିକ ମାତ୍ରାରେ ଭୋଟ ଦିଅନ୍ତୁ । ସେହିପରି ରକ୍ଷୀତ ଶେଟ୍ଟୀ ନିଜ ବାପାଙ୍କ ସହ ମତଦାନ କେନ୍ଦ୍ରରେ ପହଞ୍ଚିଥିବା ବେଳେ ଫ୍ୟାନ୍ସଙ୍କୁ ଉତ୍ସାହିତ କରିବା ସହ ସେଲଫି ମଧ୍ୟ ନେଇଥିଲେ । ସେପଟେ ମାମୁତୀ କେରଳରେ ଲୋକସଭା ନିର୍ବାଚନ 2024 ଭୋଟର ଏକ ଅଂଶ ଭାବରେ ନିଜର ଭୋଟ୍ ଦେଇଛନ୍ତି । ସେ କେରଳର ଏର୍ନାକୁଲମ୍ ଠାରେ ଏକ ମତଦାନ ବୁଥରେ ମାଲାୟାଲମ୍ ସୁପରଷ୍ଟାର ଭୋଟ ଦେଇଥିବା ଦେଖିବାକୁ ମିଳିଥିଲା । 

ଏହା ମଧ୍ୟ ପଢନ୍ତୁ: ବୁଥରେ ଅରୁଣ-ହେମା-ସୁରେଶ : ଭୋଟ ଦେଲେ ସେଲିବ୍ରିଟି 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.