ନାମାଙ୍କନ ଭରିଲେ ବହୁ କଂଗ୍ରେସ ବିଧାୟକ ଓ ସାଂସଦ ପ୍ରାର୍ଥୀ, ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କଲେ କାଳୁ - Congress Candidates File Nomination - CONGRESS CANDIDATES FILE NOMINATION
🎬 Watch Now: Feature Video

Published : May 6, 2024, 4:30 PM IST
Congress MP And MLA Candidates File Nomination ଖୋର୍ଦ୍ଧା: ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନର ଆଜି ଥିଲା ନାମାଙ୍କନ ଭରିବାର ଶେଷ ଦିନ । ନାମାଙ୍କନ ଭରିବାର ଶେଷ ଦିନରେ ଚଳଚଞ୍ଚଳ ହୋଇ ଉଠିଛି ଖୋର୍ଦ୍ଧା ସହର । ପ୍ରାର୍ଥୀମାନେ ହଜାର ହଜାର ସମର୍ଥକଙ୍କୁ ଧରି ବାଜା, ବାଣ ଓ ରୋଷଣୀରେ ଖୋର୍ଦ୍ଧାର ବିଭିନ୍ନ ଅଞ୍ଚଳରୁ ଶୋଭାଯାତ୍ରା କରି ନାମାଙ୍କନ ଭରିଛନ୍ତି । ପ୍ରଥମେ ଖୋର୍ଦ୍ଧା କଂଗ୍ରେସ ପକ୍ଷରୁ ଚିଲିକା, ବେଗୁନିଆ ଓ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ବିଧାନସଭା ପ୍ରାର୍ଥୀଙ୍କ ସହ ଭୁବନେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ ଖୋର୍ଦ୍ଧା ପଞ୍ଚ ପାଇକ ପାଖରେ ଏକତ୍ରିତ ହୋଇ ବିରାଟ ପଟୁଆରରେ ଆସି ନାମାଙ୍କନ ଭରି ଥିଲେ । ଖୋର୍ଦ୍ଧାରୁ କଂଗ୍ରେସ ପ୍ରାର୍ଥୀ ଭାବେ ସୋନାଲୀ ସାହୁ, ଚିଲିକାରୁ ପ୍ରଦୀପ ସ୍ବାଇଁ, ବେଗୁନିଆରୁ ପୃଥିବଲ୍ଲବ ପଟ୍ଟନାୟକ ଓ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ସୟଦ ୟାସିର ନୱାଜ ନାମାଙ୍କନ ଭରିଥିଲେ ।
କଂଗ୍ରେସ ପୁଣିଥରେ ଶାସନକୁ ଫେରିବ ଏବଂ ୨୪ ବର୍ଷର ସ୍ଥାଣୁ ସରକାର ଲୋକଙ୍କ ମୌଳିକ ସୁବିଧା ପ୍ରଦାନ କରିଥିବାରେ ଫେଲ ହୋଇଥିବା ବେଳେ କଂଗ୍ରେସ ଉପରେ ଲୋକେ ଆସ୍ଥା ରଖି କଂଗ୍ରେସ ଓଡିଶାର ବହୁ ସ୍ଥାନରେ ବିଜୟ ହେବ ବୋଲି ପ୍ରାର୍ଥୀମାନେ କହିଛନ୍ତି । ସେହିପରି ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ଭାବେ କାଳୁ ଖଣ୍ଡାୟତରାୟ ନିଜ ସମର୍ଥକଙ୍କ ସହ ବିରାଟ ପଟୁଆରରେ ଆସି ଖୋର୍ଦ୍ଧା ଉପଜିଲ୍ଲାପାଳ ପାଖରେ ପାର୍ଥୀପତ୍ର ଦାଖଲ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ପୁରୀରେ ନିର୍ବାଚନୀ ହିଂସା, କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ମରଣାନ୍ତକ ଆକ୍ରମଣ ! - Election Violence In Puri
ଇଟିଭି ଭାରତ, ଖୋର୍ଦ୍ଧା