ରାଜଧାନୀରେ ନବୀନଙ୍କ ବିଶାଳ ରୋଡ଼ ସୋ': LIVE - NAVEEN ROAD SHOW - NAVEEN ROAD SHOW
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : May 22, 2024, 7:34 PM IST
|Updated : May 22, 2024, 8:57 PM IST
CM NAVEEN ROAD SHOW:ଭୁବନେଶ୍ବର: ରାଜଧାନୀରେ ଆରମ୍ଭ ହେଲା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ବିଶାଳ ରୋଡ଼ ସୋ' । ଆଜି ନବୀନଙ୍କ ଭୁବନେଶ୍ୱରରେ ତୃତୀୟ ତଥା ଶେଷ ରୋଡ଼ ସୋ' । ରାଜଧାନୀର ଉତ୍ତର ନିର୍ବାଚନ ମଣ୍ଡଳୀରେ ଚାଲିଛି ବିଜେଡିର ଜୋରଦାର ରୋଡ଼ ସୋ' ।ଏହା ସିଆରପି ଛକରୁ ରୋଡ଼ ସୋ ଆରମ୍ଭ ହୋଇ ପଟିଆ ଛକରେ ଶେଷ ହେବ । ବିଜେଡି ସଭାପତି ଦଳୀୟ ସଂସଦୀୟ ପ୍ରାର୍ଥୀ ମନ୍ମଥ ରାଉତରାୟ, ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତଙ୍କ ଲାଗି ଭୋଟ ଭିକ୍ଷା କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି । ଉତ୍ତର ଭୁବନେଶ୍ୱରର ରେଣ୍ଟାଲ, ଓମଫେଡ ଛକ, ସାଲିଆସାହି ପେଟ୍ରୋଲ ପମ୍ପ, ମେ’ଫେୟାର,ବିଜୁ ପଟ୍ଟନାୟକ ଷ୍ଟାଚ୍ୟୁ, ଜାଭିୟର ଛକ, ବିଡିଏ ସାଇ ମନ୍ଦିର, ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ, ଡମଣା ମ୍ୟାକ୍ସ ସୋ’ ରୁମ ହୋଇ ପଟିଆ ଛକ ପର୍ଯ୍ୟନ୍ତ ଏହି ରୋଡ଼ ସୋ’ ହେବ । ଏହି ରୋଡ଼ ସୋ' ଦ୍ବାରା ଯୋଡି ଶଙ୍ଖ ପାଇଁ ଭୋଟ ମାଗୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଇଟିଭି ଭାରତ, ଭୁବନେଶ୍ବର
Last Updated : May 22, 2024, 8:57 PM IST