ରାଜ୍ୟରେ ସରିଲା ନିର୍ବାଚନ; ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ ଦେଖନ୍ତୁ LIVE - CEO Odisha Press Meet - CEO ODISHA PRESS MEET
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/01-06-2024/640-480-21612294-thumbnail-16x9-ceo.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jun 1, 2024, 6:09 PM IST
|Updated : Jun 1, 2024, 6:37 PM IST
ଭୁବନେଶ୍ୱର: ଆଜି ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ୬ଟି ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ର ପାଇଁ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ୬ଟି ଲୋକସଭା କ୍ଷେତ୍ର ଭଦ୍ରକ, ବାଲେଶ୍ଵର, ଜଗତସିଂପୁର, ଯାଜପୁର, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜରେ ମତାଧିକାର ସାବ୍ୟସ୍ତ କରିଛନ୍ତି ମତଦାତା । ଏହି ପର୍ଯ୍ୟାୟରେ ପ୍ରାୟ ୧ କୋଟି ଭୋଟର ରହିଥିବାବେଳେ ପ୍ରାୟ ସବୁ ସ୍ଥାନରେ ସୁରୁଖୁରୁରେ ଭୋଟ ଗ୍ରହଣ ଚାଲିଛି । କିଛି କିଛି ସ୍ଥାନରେ ନିର୍ବାଚନୀ ହିଂସା ମଧ୍ୟ ଦେଖିବାକୁ ମିଳିଥିଲା । ଯେଉଁଠି ଇଭିଏମ ତ୍ରୁଟି ଥିଲା, ତାହା ଠିକ୍ କରାଯାଇଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି । ମତଦାନକୁ ନେଇ ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖା ଦେଇଥିଲା । ଯୁବ ଭୋଟରମାନେ ମଧ୍ୟ ଏହାକୁ ଅନୁସରଣ କରି ନିଜର ମତପୋଷଣ କରିଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ଏହି ୬ଟି ସଂସଦୀୟ କ୍ଷେତ୍ରରେ ୭୪.୩୮ ପ୍ରତିଶତ ମତଦାନ ହୋଇଥିଲା । ଚଳିତ ଥର ମତଦାନ ଶେଷ ହୋଇଥିବାବେଳେ କେତେ ପ୍ରତିଶତ ମତଦାନ ହୋଇଛି ଓ ବିଭିନ୍ନ ସ୍ଥାନରେ କିପରି ହୋଇଛି, ସେନେଇ ପ୍ରେସମିଟ୍ରେ ସୂଚନା ଦେଉଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ, ଦେଖନ୍ତୁ LIVE
Last Updated : Jun 1, 2024, 6:37 PM IST