ବାଲେଶ୍ବରରେ ଶୃଙ୍ଖଳାର ସହ ଜାରି ରହିଛି ଭୋଟିଂ, ଭୋଟ ଦେଲେ ଲେଖାଶ୍ରୀ-ପ୍ରତାପ - LEKHASHREE PRATAP CAST VOTE

By ETV Bharat Odisha Team

Published : Jun 1, 2024, 12:54 PM IST

thumbnail
VOTING IN BALASORE (ETV Bharat Odisha)

ବାଲେଶ୍ବର: ଆଜି ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ଏହି ପର୍ଯ୍ୟାୟରେ ଓଡିଶାରେ 6ଟି ଲୋକସଭା ଏବଂ 42ଟି ବିଧାନସଭା ଆସନରେ ମତଦାନ ହେଉଛି । ତେବେ ବାଲେଶ୍ବରରେ ମଧ୍ୟ ମତଦାନ ଜାରି ରହିଥିବା ବେଳେ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେଲେ ବାଲେଶ୍ୱର ବିଜେଡି ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତ ସିଂହାର । ନିଜର ଶାଶୂ ଘର ଗାଁ ମାଟିରେ ପହଞ୍ଚି ମତଦାନ କରିଛନ୍ତି । ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ଲେଖାଶ୍ରୀ ମତ ସାବ୍ୟସ୍ତ କରିବା ପରେ ବେଶ ଖୁସି ଥିବା ନଜିର ଆସିଛନ୍ତି । ନିଜ ସ୍ବାମୀଙ୍କ ସହ ଆସି କାଂଶ ସରକାରୀ ପ୍ରାଥମିକ ବିଦ୍ୟାଳୟର ୧୫ ନମ୍ବର ବୁଥରେ ଧାଡିରେ ଛିଡା ହୋଇ ନିଜର ମୂଲ୍ୟବାନ ମତଦାନ କରିବା ସହ ଶତ ପ୍ରତିଶତ ମତଦାନ ପାଇଁ ନିବେଦନ କରିଛନ୍ତି । ସେହିପରି ବାଲେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ ନୀଳଗିରି ନିଜ ଗାଁ ମାଟି ଧୋବଶିଳା ଗାଁର 93 ନମ୍ବର ବୁଥରେ ମତଦାନ କରିଛନ୍ତି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.