ଭବାନୀପାଟଣାରେ ବିଜେଡିର ବିଶାଳ ସମାବେଶ, ଭୋଟ ଦେଇ ବିଜୟ କରିବାକୁ ଅପିଲ - BJD Election Campaign - BJD ELECTION CAMPAIGN
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : May 11, 2024, 10:06 AM IST
BJD Election Campaign: ଭବାନୀପାଟଣା: ରାଜ୍ୟରେ ମେ ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ହାତରେ ଅଳ୍ପ ସମୟ ଥିବାରୁ ପ୍ରଚାରକୁ ଜୋରଦାର କରିଛନ୍ତି ବିଭିନ୍ନ ରାଜନୈତିକ ଦଳ । ଏହି ପରିପ୍ରେକ୍ଷୀରେରେ ଶୁକ୍ରବାର ଦିନ ବିଜୁ ଜନତା ଦଳ ପକ୍ଷରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଏକ ବିଶାଳ ନିର୍ବାଚନୀ ସମାବେଶ ଅନୁଷ୍ଠିତ ହୋଇଯାଇଛି ।
ବିଶାଳ ସମାବେଶରେ ଆସି ଭୋଟ ଭିକ୍ଷା କରିଛନ୍ତି ପ୍ରାର୍ଥୀ । ପ୍ରଥମେ ଭବାନୀପାଟଣା ବିଜେଡି ବିଧାୟିକା ପ୍ରାର୍ଥିନୀ ଲଳିତା ନାଏକ ନିଜ ସମର୍ଥକମାନଙ୍କୁ ନେଇ ସହରର ବିଭିନ୍ନ ୱାର୍ଡକୁ ଯାଇ ବିଜେଡିର ନିର୍ବାଚନୀ ଇସ୍ତାହାର ସମ୍ପର୍କରେ ଅବଗତ କରାଇ ଭୋଟ ଭିକ୍ଷା କରିବା ପରେ ସହରର ଗାନ୍ଧୀ ଛକ ଠାରେ ଏକ ବିଶାଳ ନିର୍ବାଚନୀ ସମାବେଶ ଆୟୋଜନ ହୋଇଥିଲା ।ଏହି ସମାବେଶରେ ରାଜ୍ୟସଭା ସାଂସଦ ସୁଜିତ୍ କୁମାର, କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଲ, ଭବାନୀପାଟଣା ବିଧାୟିକା ପ୍ରାର୍ଥୀ ଲଳିତା ନାଏକଙ୍କ ସମେତ ସମସ୍ତ ବରିଷ୍ଠ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ । ଅନୁଷ୍ଠିତ ସମାବେଶରେ ବିଜେଡିର ନିର୍ବାଚନୀ ଇସ୍ତାହାର ସମ୍ପର୍କରେ ଜନସାଧାରଣଙ୍କୁ ବୁଝାଇବା ସହ ସମସ୍ତ ବିଜେଡି ବିଧାୟକ ପ୍ରାର୍ଥୀ ଓ ଲୋକସଭା ପ୍ରାର୍ଥୀଙ୍କୁ ନିଜର ଭୋଟ ଦେଇ ବିଜୟ କରାଇବା ପାଇଁ ଅନୁରୋଧ କରିଥିଲେ ସମସ୍ତ ପ୍ରାର୍ଥୀ ଓ ନେତା ।
ଇଟିଭି ଭାରତ, ଭବାନୀପାଟଣା