ଅଟୋରେ ଯାଇ ଭୋଟ ଦେଲେ ଭିକେ ପାଣ୍ଡିଆନ, ଏତିକି ଟଙ୍କା ଗଣିଲେ ଭଡ଼ା - VK Pandian casts vote - VK PANDIAN CASTS VOTE
🎬 Watch Now: Feature Video
Published : May 25, 2024, 10:41 AM IST
ଭୁବନେଶ୍ବର: ଦେଶରେ ଷଷ୍ଠ ଓ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତାଦାନ । ଗଣତନ୍ତ୍ରର ମହାପର୍ବରେ ସାମିଲ ହେଉଛନ୍ତି ଜନତା । ଏହି କ୍ରମରେ ଆଜି ଭୁବନେଶ୍ବରରେ ବିଜେଡି ନେତା ଭିକେ ପାଣ୍ଡିଆନ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଜଣେ ସାଧାରଣ ମଣିଷ ଭଳି ଅଟୋରେ ଯାଇ ଭୋଟ ଦେଇଛନ୍ତି ପାଣ୍ଡିଆନ । ୟୁନିଟ-୬ ସରକାରୀ ଉଚ୍ଚବିଦ୍ୟାଳୟରେ ହୋଇଥିବା ଆଦର୍ଶ ମତଦାନ କେନ୍ଦ୍ରରେ ସେ ଭୋଟ ଦେବା ସହ ଗଣତନ୍ତ୍ରକୁ ସୁଦୃଢ କରିବା ଲାଗି ସମସ୍ତଙ୍କୁ ଆସି ଭୋଟ ଦେବାକୁ ଆହ୍ବାନ କରିଛନ୍ତି ।
ପାଣ୍ଡିଆନ ଅଟୋର ବସି ଭୋଟ ଦେବାକୁ ଯାଇଥିଲେ । ତାଙ୍କୁ ମତଦାନ କେନ୍ଦ୍ରକୁ ଅଟୋରେ ନେଇଥିଲେ ନିଖିଳ ଓଡ଼ିଶା ଅଟୋ ଚାଳକ ମହାସଂଘ ପ୍ରଭାତ କୁମାର ସେଠୀ । ଭଡ଼ା ବାବଦକୁ ସେ ଅଟୋ ଚାଳକଙ୍କୁ ୫୦୦ ଟଙ୍କା ଦେଇଥିଲେ । ଏହାପରେ ମତଦାନ କେନ୍ଦ୍ରରେ ପହଞ୍ଚି ପାଣ୍ଡିଆନ ଧାଡିରେ ଛିଡ଼ା ହୋଇଥିଲେ ଏବଂ ମହିଳା ଭୋଟରଙ୍କୁ ଆଗେ ମତଦାନ କରିବାର ସୁଯୋଗ ଦେବାକୁ ଅନୁରୋଧ କରିଥିଲେ । ଏହାପରେ ଧାଡ଼ିରେ ଯାଇ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ ।
ମତଦାନ ପରେ ଏହି ବିଜେଡି ନେତା କହିଛନ୍ତି ଯେ, ସବୁ ଭୋଟର ଗଣତନ୍ତ୍ରର ଏହି ମହାନ ଓ ବଡ଼ ପର୍ବରେ ସାମିଲ ହେବାର ଆବଶ୍ୟକତା ରହିଛି । ନିଜର ମତାଧିକାର ସାବ୍ୟସ୍ତ କରିବା ସମସ୍ତଙ୍କର ଅଧିକାର । ମୁଁ ମଧ୍ୟ ମୋ ମତାଧିକାର ସାବ୍ୟସ୍ତ କରିଛି । ଅନ୍ୟମାନେ ସମସ୍ତେ ମତଦାନ କରନ୍ତୁ । ଭାରତ ନିଜର ଜୀବନ୍ତ ଲୋକତନ୍ତ୍ର ପାଇଁ ପରିଚିତ । ଆମେ ସମସ୍ତେ ସାଧାରଣ ଭୋଟର । ଭୋଟିଂରେ କେହି ବଡ଼ ସାନ ନୁହଁନ୍ତି । କିଛି ମାସ ପୂର୍ବରୁ ମୋତେ ଅଟୋ ଡ୍ରାଇଭର ଭାଇମାନେ ଅନୁରୋଧ କରିଥିଲେ । ତେଣୁ ମୁଁ ଅଟୋରେ ଆସି ଭୋଟିଂ କରିଛି । ଛାତ୍ର ସମୟରେ ଆମେ ସମସ୍ତେ ବାଇକ ଓ ଅଟୋରେ ଯାଇ ଭୋଟ ଦେଇଛନ୍ତି । ମୋତେ ଅଟୋରେ ଆସି ଭୋଟ ଦେବାକୁ ଭଲ ଲାଗିଲା । ପୁରୁଣା ଦିନ ସ୍ମୃତି ପଟକୁ ଆସିଗଲା ।
ଇଟିଭି ଭାରତ, ଭୁବନେଶ୍ବର