ଅନୁଗୋଳରେ ମକପୋଲ ପରେ ମତଦାନ ଆରମ୍ଭ, ୫ ବିଧାନସଭା ଆସନ ପାଇଁ ପଡୁଛି ଭୋଟ - Voting begins in Angul - VOTING BEGINS IN ANGUL

🎬 Watch Now: Feature Video

thumbnail

By ETV Bharat Odisha Team

Published : May 25, 2024, 7:55 AM IST

Voting begins in Angul: ଅନୁଗୋଳ: ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ  ।  ରାଜ୍ୟର ମୋଟ 6 ଲୋକସଭା ଓ 42ଟି ବିଧାନସଭା ଆସନ ପାଇଁ ପଡୁଛି ଭୋଟ । ତୃତୀୟ ପର୍ଯ୍ୟାୟରେ ଅନୁଗୋଳରେ ଭୋଟଗ୍ରହଣ ହେଉଛି । ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ବିଭିନ୍ନ ମତଦାନ କେନ୍ଦ୍ରରେ ଆରମ୍ଭ ହୋଇଯାଇଛି ମତଦାନ । ଏହାପୂର୍ବରୁ ପ୍ରଥମେ ସକାଳୁ ମକ ପୁଲିଂ କରାଯାଇଥିଲା  । ସବୁ ବୁଥମାନଙ୍କରେ EVM ମେସିନରେ ଅଭ୍ୟାସ ଭୋଟିଂ କରିଥିଲେ ପୁଲିଂ କର୍ମଚାରୀ । ତେବେ ଆଜି ଅନୁଗୋଳ ଜିଲ୍ଲାର ପାଲଲହଡା, ତାଳଚେର, ଅନୁଗୋଳ, ଛେଣ୍ଡିପଦା ଓ ଆଠମଲ୍ଲିକ ଏହି ୫ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେଉଛି  । ମଇଦାନରେଥିବା ମୋଟ 447 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର ।  ଏଥିପାଇଁ ମୋଟ ୧୧୬୩ଟି ମତଦାନ କେନ୍ଦ୍ର କରାଯାଇଛି । ଏହି ବୁଥଗୁଡିକରେ ମୋଟ ୬୯୭୮ ଜଣ ପୁଲିଂ କର୍ମଚାରୀ ନିୟୋଜନ କରାଯାଇଛି । ଜିଲ୍ଲାରେ ମୋଟ ୯, ୭୮,୬୨୩ ଜଣ ମତଦାତା ସେମାନଙ୍କର ମତ ସାବ୍ୟସ୍ତ କରିବେ । 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.