ରଘୁନାଥପାଲ୍ଲୀରେ ବିଜେପି ଲହର, ଜିତିଲେ ଦୁର୍ଗା ତନ୍ତୀ - Odisha assembly election results 2024

By ETV Bharat Odisha Team

Published : Jun 4, 2024, 4:44 PM IST

thumbnail
raghunathpalli (ETV Bharat Odisha)

ରାଉରକେଲା: ବିଜେପି ଉପରେ ଆସ୍ଥା କଲେ ରଘୁନାଥପାଲ୍ଲୀ ଜନତା । ରଘୁନାଥପାଲ୍ଲୀ ଆସନରେ ବାଜିମାତ କଲା ବିଜେପି । ନିକଟତମ ପ୍ରତିଦ୍ୱନ୍ଦ୍ବୀ ବିଜେଡିର ବିଧାୟିକା ପ୍ରାର୍ଥିନୀ ଅର୍ଚ୍ଚନା ବେହେରାଙ୍କୁ 5709 ଖଣ୍ଡ ଭୋଟରେ ହରାଇ ବିଜୟୀ ହୋଇଛନ୍ତି ଦୁର୍ଗା ଚରଣ ତନ୍ତୀ । ୫୦ହଜାର ୭୧୪ ଖଣ୍ଡ ଭୋଟ ପାଇ ବିଜେପି ପ୍ରାର୍ଥୀ ଦୁର୍ଗା ତନ୍ତୀ ବିଜୟୀ ହୋଇଥିବା ବେଳେ  ବିଜେଡି ପ୍ରାର୍ଥନି ଅର୍ଚ୍ଚନା ରେଖା ବେହେରା ୪୫ ହଜାର ୫ ଖଣ୍ଡ ଭୋଟ ପାଇ ଦ୍ୱିତୀୟରେ ଓ କଂଗ୍ରେସ ପ୍ରାର୍ଥୀ ଗୋପାଳ ଦାସ ୧୬ ହଜାର ୬୦୩ ଖଣ୍ଡ ଭୋଟ ପାଇ ତୃତୀୟରେ ରହିଛନ୍ତି  ।  

ଏହାମଧ୍ୟ ପଢନ୍ତୁ.. ଜନାଦେଶ 2024: 7 ଆସନରେ ବିଜେପିର ବିଜୟ, 6ରେ ବିଜେଡିର ବାଜିମାତ - Odisha Lok Sabha Assembly Results

ଅନ୍ୟପଟେ ଏନେଇ ବିଜୟୀ ପ୍ରାର୍ଥୀ ଦୁର୍ଗା ତନ୍ତୀ ଇଟିଭି ଭାରତ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଜନତାଙ୍କୁ ଧନ୍ୟବାଦ ଦେବା ସହ  ନିର୍ବାଚନ ବେଳେ ଦେଇଥିବା ସମସ୍ତ ପ୍ରତିଶ୍ରୁତି ଆସନ୍ତା ସମୟରେ ପୂରଣ କରିବେ ବୋଲି କହିଛନ୍ତି  । 

ଇଟିଭି ଭାରତ, ରାଉରକେଲା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.