ସରିଲା ମତଦାନ, ଭୋଟ ଦେଇ ଉତ୍ସାହିତ ରାଇରଙ୍ଗପୁରବାସୀ - Voting In Rairangpur Assembly - VOTING IN RAIRANGPUR ASSEMBLY
🎬 Watch Now: Feature Video
Published : Jun 1, 2024, 8:38 PM IST
Voting Successfully End In Rairangpur Assembly: ରାଇରଙ୍ଗପୁର: ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ଭୋଟର । ଆଉ ନିଜ ନିଜର ମତ ସାବ୍ୟସ୍ତ କରି ବେଶ ଉତ୍ସାହିତ ମୟୂରଭଞ୍ଜ ଜିଲ୍ଲାର ଭୋଟର । ମୟୂରଭଞ୍ଜ ଲୋକସଭା ଜିଲ୍ଲାର 8ଟି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଚୟନ କରୁଛନ୍ତି ଭୋଟର । ତେବେ ମୋଟ ୧୭,୪୨,୬୭୪ ଜଣ ଭୋଟର ମୟୂରଭଞ୍ଜରେ ରହିଥିବା ବେଳେ ସେମାନଙ୍କ ପାଇଁ ୧୮୮୬ ଟି ବୁଥ କରାଯାଇଥିଲା । ସମସ୍ତ ବୁଥରେ ଶାନ୍ତି ଶୃଙ୍ଖଳା ସହିତ ମତଦାନ ପ୍ରକ୍ରିୟା ଶେଷ ହୋଇଛି । ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେନେଇ ପୋଲିସ ପ୍ରଶାସନ ପକ୍ଷରୁ ବିଶେଷ ଧ୍ୟାନ ଦିଆ ଯାଇଥିଲା । ଶାନ୍ତି ଶୃଙ୍ଖଳା ସହିତ ମତ ସାବ୍ୟସ୍ତ କରିଛନ୍ତି ଭୋଟର । ପ୍ରଶାସନ ପକ୍ଷରୁ ପିଙ୍କ୍ ବୁଥରେ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଭୋଟରମାନେ ନିଜ ନିଜର ପ୍ରାର୍ଥୀ ଚୟନ କରି ବେଶ ଖୁସି ଓ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା । ତେବେ ମତଦାନ ସମୟରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ୨୫୪ ଓ ୨୫୫ ନଂ ପିଙ୍କ୍ ବୁଥରେ ଭୋଟରଙ୍କ ସହିତ ଆଲୋଚନା କରିଛନ୍ତି ଇଟିଭି ଭାରତ ପ୍ରତିନିଧୀ ।
ଏହା ମଧ୍ୟ ପଢ଼ନ୍ତୁ...ଏକଜିଟ୍ ପୋଲ 2024; ସର୍ବେକ୍ଷଣ ସଂସ୍ଥାର ବଡ଼ ଆକଳନ, କାହାକୁ କେତେ ଆସନ ? - EXIT POLLS 2024
ଇଟିଭି ଭାରତ, ମୟୂରଭଞ୍ଜ