ବୌଦ୍ଧରେ ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ରଥକୁ ସ୍ୱାଗତ - ବିକଶିତ ଭାରତ ସଙ୍କଳ୍ପ ଯାତ୍ରା
🎬 Watch Now: Feature Video
Published : Jan 21, 2024, 8:47 PM IST
Vikasit Bharat Sankalp Yatra: ବୌଦ୍ଧ: ଜିଲ୍ଲା ସଦର ମହକୁମାଠାରେ ବିକଶିତ ଭାରତ ସଙ୍କଳ୍ପ ଯାତ୍ରାର ସ୍ବତନ୍ତ୍ର ରଥକୁ ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଛି । ଭାରତ ସରକାରଙ୍କର ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରାଯାଇ ଜିଲ୍ଲାର ଏନଏସି ପକ୍ଷରୁ ରବିବାର ବିକଶିତ ଭାରତ ସଙ୍କଳ୍ପ ଯାତ୍ରାର ସ୍ବତନ୍ତ୍ର ରଥକୁ ସ୍ବାଗତ କରାଯାଇଛି । ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ, ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର, ବରିଷ୍ଠ ନୋଡାଲ ଅଧିକାରୀ, ପୌର ପରିଷଦର ଅଧିକାରୀ, କର୍ମଚାରୀ ଏହି ସ୍ବତନ୍ତ୍ର ରଥକୁ ସ୍ବାଗତ କରିଥିଲେ ।
ଏହି ଅବସରରେ ବିକଶିତ ଭାରତ ସଙ୍କଳ୍ପ ରଥ ବୌଦ୍ଧ ସହର ପରିକ୍ରମା କରିବା ସହ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେପଟେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଲାଲାଙ୍କ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜିନ କରାଯାଇଛି । ବୌଦ୍ଧର ଚନ୍ଦ୍ରଚୂଡ ମନ୍ଦିର ନିକଟସ୍ଥ ଆଳତୀ ଘାଟରେ ଏଥିପାଇଁ ମହାନଦୀ ଆଳତୀର ଆୟୋଜନ କରାଯାଇଥିଲା । ରବିବାର ସଂଧ୍ୟାରେ ଅନୁଷ୍ଠିତ ଆଳତୀ କାର୍ଯ୍ୟକ୍ରମ ଶହେତମ ଆଳତୀ ହୋଇଥିବାରୁ ଶତାଧିକ ଭକ୍ତ ଶ୍ରଦ୍ଧାଳୁ ଏଥିରେ ଅଂଶଗ୍ରହଣ କରିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ....କେନ୍ଦ୍ରାପଡାରେ କେନ୍ଦ୍ରମନ୍ତ୍ରୀ ସୋନୋୱାଲ, ବିକଶିତ ଭାରତ ସଂକଳ୍ପ ଶୋଭାଯାତ୍ରାରେ ସାମିଲ
ଇଟିଭି ଭାରତ, ବୌଦ୍ଧ