ନରେନ୍ଦ୍ର ପୋଖରୀ ଅଘଟଣରେ ଲୋକଙ୍କ ପ୍ରତିକ୍ରିୟା, ଏକାଥରେ ବିସ୍ଫୋରଣ ହେବାରୁ ଅଘଟଣ - PURI FIRE CRACKER EXPLOSION

By ETV Bharat Odisha Team

Published : May 30, 2024, 3:20 PM IST

thumbnail
PURI FIRE CRACKER EXPLOSION (ETV Bharat Odisha)

ପୁରୀ: ନରେନ୍ଦ୍ର ପୁଷ୍କରିଣୀରେ ବିଳମ୍ବିତ ରାତିରେ ଅଘଟଣ । ଚାପ ଖେଳିବା ବେଳେ ବାଣ ବିସ୍ଫୋରଣ ଘଟି 30ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଥିବା ବେଳେ 3ଜଣଙ୍କ ମୃତ୍ୟୁ ହୋଇଛି । ଆହତଙ୍କୁ କଟକ ଏବଂ ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କିଛିଜଣ ଆହତଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଥିବା ସୂଚନା ରହିଛି । ତେବେ ହସ୍ପିଟାଲ ଯାଇ ଆହତ ଏବଂ ତାଙ୍କ ପରିବାରଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ନିଆଁ ଲାଗିଯିବା ପରେ ଅନେକ ପାଣିକୁ ଡେଇଁ ପଡିଥିବା ବେଳେ ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ନାହିଁ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବାଣ ଫୁଟାଇଥିବା ବେଳେ ବାଣ ଉପରକୁ ନଯାଇ ବାଣ ରଖାଯାଇଥିବା ସ୍ଥାନରେ ଆସି ପଡିଥିଲା । ଫଳରେ ସବୁ ବାଣ ଏକା ସଙ୍ଗେ ବିସ୍ଫୋରଣ ହୋଇଥିଲା । ଲୋକେ ଜୀବନ ବଞ୍ଚାଇବା ପାଇଁ ପାଣିକୁ ଡେଇଁପଡିଥିଲେ ହେଁ ଅନେକ ଗୁରୁତର ଆହତ ହୋଇଛନ୍ତି । କିଛି ଜଣଙ୍କ ପ୍ରାଣ ମଧ୍ୟ ଯାଇଛି । "

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.