thumbnail

ଧରାପୃଷ୍ଠରୁ ବିଦାୟ ନେବେ ଧନଦାତ୍ରୀ, ବିନା ଡିଜେରେ ହେବ ଭସାଣ ଉତ୍ସବ

By ETV Bharat Odisha Team

Published : 3 hours ago

ଢେଙ୍କାନାଳ: ବାତ୍ୟା ଦାନା ପାଇଁ ଫିକା ପଡିଲା ଲକ୍ଷ୍ମୀପୂଜା । ଭସାଣ ଉତ୍ସବକୁ ନେଇ ଉତ୍ସାହିତ ଲୋକେ । ଆସନ୍ତା 27( ଆସନ୍ତାକାଲି) ଆୟୋଜିତ ହେବ ଭସାଣ ଉତ୍ସବ । ବିନା ଡିଜେରେ ଧନଦାତ୍ରୀଙ୍କୁ ଦିଆଯିବ ବିଦାୟ । ପାରମ୍ପରିକ ବାଜା ଭସାଣରେ ସାମିଲ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି । ଏନେଇ ଗତକାଲି(ଗୁରୁବାର) ମିଳିତ ଲକ୍ଷ୍ମୀପୂଜା ବଜାର କମିଟି ଓ ପ୍ରଶାସନର ମିଳିତ ବୈଠକରେ ନିଷ୍ପତ୍ତି ହୋଇଛି । ପରମ୍ପରା ମୁତାବକ ମିନା ବଜାର ପୂଜା ମଣ୍ଡପ ଠାରେ ଭସାଣ ଉତ୍ସବର ସକାଳ 8ଟା ସୁଦ୍ଧା ଉଦଘାଟନ କରାଯିବ । ପରେ ମେଢ଼ ଗୁଡିକ ରାଜ ନଅର ମେଳଣ ପରେ କ୍ରମିକ ନମ୍ବର ମୁତାବକ କୋର୍ଟ ଛକ, ବସଷ୍ଟାଣ୍ଡ ଟ୍ରାଫିକ ଦେଇ ପିଡବ୍ଲ୍ୟୁଡି ଅଫିସ ପରେ ପୁଣି ସହରର ମୁଖ୍ୟ ରାସ୍ତା ଦେଇ ମିଳିତ ଭସାଣ ଶୋଭାଯାତ୍ରାରେ ସାମିଲ ହେବେ । କାଠ ଶଙ୍ଖ ଅଭିମୁଖେ ଯାଇ ମା'ଙ୍କୁ ବିସର୍ଜନ ଦେବେ । ମୋଟ 38ଗୋଟି ମେଢ଼ ମଧ୍ୟରୁ ମିଳିତ ଭସାଣ ଶୋଭାଯାତ୍ରାରେ 20ଟି ମେଢ଼ ସାମିଲ ହେବେ ବୋଲି କହିଛନ୍ତି ମିଳିତ ଲକ୍ଷ୍ମୀପୂଜା ବଜାର କମିଟିର ଅଧ୍ୟକ୍ଷ । ଅନ୍ୟ ମେଢ଼ ଗୁଡିକ ନିଜ ନଜର ନିର୍ଦ୍ଧାରିତ ବାଟ ଦେଇ ପୋଖରୀ ମାନଙ୍କରେ ମା'ଙ୍କୁ ବିସର୍ଜନ କରିବେ ବୋଲି ଜଣାପଡିଛି । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ 23 ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବାର ବ୍ୟବସ୍ଥା କରାଯାଇଛି ।  

ଏହା ମଧ୍ୟ ପଢନ୍ତୁ-କେନ୍ଦ୍ରାପଡ଼ା ଲକ୍ଷ୍ମୀପୂଜା କ୍ରେଜ ବଢ଼ାଉଛି ଚାନ୍ଦି ମେଢ଼; କ୍ୱିଣ୍ଟାଲ କ୍ୱିଣ୍ଟାଲ ରୂପା ଅଳଙ୍କାରରେ ଝଲସୁଛନ୍ତି ମା'

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.