କାର୍ତ୍ତିକ ଶେଷ ସୋମବାର, ଧବଳେଶ୍ବର ପୀଠରେ ଭକ୍ତଙ୍କ ଭିଡ଼ - DHABALESWAR TEMPLE

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 11, 2024, 2:16 PM IST

Kartik Last Monday, Devotees At Cuttack Dhabaleswar Temple, କଟକ: ଆଜି ପବିତ୍ର କାର୍ତ୍ତିକ ମାସର ଶେଷ ସୋମବାର। ରାଜ୍ୟ ସମସ୍ତ ଶୈବପୀଠରେ ଭକ୍ତଙ୍କ ଗହଳି ଚହଳି । ଆଧ୍ୟାତ୍ମିକ ପରିବେଶରେ ଭକ୍ତଙ୍କ ମନରେ ଭକ୍ତିଭାବ ଭରି ଦେଉଛି । ସୋମବାର ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ବାବା ଧବଳେଶ୍ଵରଙ୍କ ପୀଠ । ବିଶ୍ବାସ ରହିଛି, କାର୍ତ୍ତିକ ସୋମବାରରେ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିବା ସହିତ ମାନସିକ ଶାନ୍ତି ମିଳିଥାଏ । ସେଥିପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ଆସି ବାବା ଧବଳେଶ୍ବରଙ୍କୁ ଦର୍ଶନ କରୁଛନ୍ତି । ଭୋର ୪ ଟାରୁ ପହଡ଼ ଖୋଲିବା ପରେ  ୧୦୮  କଳସ ଜଳରେ ଭଗବାନ ଶିବଙ୍କୁ ସ୍ନାନ କରାଯାଇଥିଲା । ପରେ ଦର୍ଶନ ପାଇଁ ଭକ୍ତଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ଅନୁମତି ମିଳିଥିଲା । ଧାଡିରେ ହଜାର ହଜାର ଶ୍ରଦ୍ଧାଳୁ ଛିଡା ହୋଇ ଧବଳେଶ୍ବରଙ୍କୁ ଦର୍ଶନ କରୁଛନ୍ତି । ଶାନ୍ତିଶୃଙ୍ଖଳାର ସହ ଦର୍ଶନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଣିକି ଆଉ ଡଙ୍ଗାର ଆବଶ୍ୟକତା ପଡୁନାହିଁ, ଶ୍ରଦ୍ଧାଳୁମାନେ ନୂଆ କଂକ୍ରିଟ ସେତୁ ଉପରେ ଆସି ବାବା ଧବଳେଶ୍ୱରଙ୍କୁ ଦର୍ଶନ କରୁଛନ୍ତି। ପୂଜକ ସମିତି ଓ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁମାନେ କିପରି ଶାନ୍ତି ଶୃଙ୍ଖଳାର ଦର୍ଶନ କରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । 

ଏହା ମଧ୍ୟ ପଢନ୍ତୁ-କାର୍ତ୍ତିକ ସୋମବାରରେ କରନ୍ତୁ ଏହି ୬ କାମ, ମନୋସ୍କାମନା ପୂରଣ କରିବେ ଶିବ

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.