କାରଗିଲ୍ ବିଜୟ ଉତ୍ସବ: ବୀର ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ବିଜେପି - kargil vijay diwas celebration

By ETV Bharat Odisha Team

Published : Jul 26, 2024, 10:07 PM IST

thumbnail
KARGIL VIJAY DIWAS CELEBRATION (ETV Bharat Odisha)

KARGIL VIJAY DIWAS CELEBRATION: ଭୁବନେଶ୍ବର: ବିଜେପି ଯୁବମୋର୍ଚ୍ଚା ଓ ପୂର୍ବତନ ସୈନିକ ପ୍ରକୋଷ୍ଠ ପକ୍ଷରୁ କାରଗିଲ୍ ବିଜୟ ଉତ୍ସବ ପାଳନ । ରାମ ମନ୍ଦିର ଠାରେ ଓଡ଼ିଶାରୁ କାର୍ଗିଲ ଯୁଦ୍ଧରେ ସହିଦ୍ ହୋଇଥିବା ବୀର ଯବାନଙ୍କୁ ସମ୍ମାନ ସହ ଶ୍ରଦ୍ଧାଞ୍ଜଳି ଜଣାଇ କାରଗିଲ ବିଜୟ ଦିବସ ପାଳନ କରିଛି ରାଜ୍ୟ ବିଜେପି ଯୁବମୋର୍ଚ୍ଚା । ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଆଗକୁ ବଢିବାର ଶିକ୍ଷା ଦେଇଛି କାରଗିଲ୍ ଯୁଦ୍ଧ । କାରଗିଲ ଯୁଦ୍ଧ ବିଜୟ ଭାରତୀୟ ଇତିହାସର ଏକ ଅବିସ୍ମରଣୀୟ ଦିନ । 

୬୦ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ଭାରତୀୟ ସୈନ୍ୟମାନେ ନିଜର ପରାକାଷ୍ଠା ପ୍ରଦର୍ଶନ କରି ଶତୃପକ୍ଷକୁ ଧରାଶାୟୀ କରିଥିଲେ । ବିରାଟ ଷଡଯନ୍ତ୍ର ରଚିଥିବା ପଡୋଶୀ ପାକିସ୍ଥାନକୁ ଏହି ଯୁଦ୍ଧରେ ପରାଜିତ କରି ଦେଶମାତୃକାର ସେବା ପାଇଁ ଭାରତର ବୀର ସୈନିକମାନେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ୧୯୯୯ ମସିହା ଜୁଲାଇ ୨୬ ତାରିଖରେ ଦେଶର ବୀର ସୈନିକମାନେ ଏହି ଯୁଦ୍ଧରେ ବିଜୟ ଆଣି ସମସ୍ତ ଭାରତୀୟଙ୍କୁ ଗର୍ବିତ କରିଥିଲେ । ସେହି ଦିନଠାରୁ ପ୍ରତ୍ୟେକ ବର୍ଷ ଜୁଲାଇ ୨୬ ତାରିଖକୁ ‘ବିଜୟ ଦିବସ’ ଭାବେ ପାଳନ କରାଯାଉଛି । ଏହି ବୀର ସୈନିକମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ଦେଶବ୍ୟାପୀ ୨୫ତମ କାରଗିଲ ବିଜୟ ଦିବସ ପାଳନ କରାଯାଉଛି । 

ପୂର୍ବତନ ରାଜ୍ୟ ସଭାପତି ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସମୀର ମହାନ୍ତି ଏଥିରେ ଯୋଗଦେଇଥିଲେ । ଏହି ବିଜୟ ଉତ୍ସବକୁ ନେଇ ସେ କହିଛନ୍ତି ଯେ, ନରେନ୍ଦ୍ର ମୋଦିଙ୍କ ଗତ ୧୦ ବର୍ଷର ଶାସନରେ ଭାରତୀୟ ସେନାର ଶକ୍ତି ବହୁ ଗୁଣିତ ହୋଇଛି । ସାମରିକ ରାଷ୍ଟ୍ର ଭାବେ ଆଜି ଭାରତବର୍ଷ ସମଗ୍ର ବିଶ୍ୱରେ ନିଜକୁ ପ୍ରତିଷ୍ଠା କରିବାରେ ସଫଳ ହୋଇଛି । ପ୍ରଧାନମନ୍ତ୍ରୀ ଆଜି କାରଗିଲରେ ସୈିନିକମାନଙ୍କ ଗହଣରେ ଏହି ବିଜୟ ଦିବସ ପାଳନ କରୁଥିବାବେଳେ ରାଜ୍ୟରେ ଏହି କାର୍ଯ୍ୟକ୍ରମ ତୃଣମୂଳସ୍ତରରେ ପାଳନ କରାଯିବ । ଆସନ୍ତା ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ କାରଗିଲ ବିଜୟ ଦିବସ ପାଳନ ଏହି ।"

ଏହା ମଧ୍ୟ ପଢନ୍ତୁ ...ସ୍ମୃତିରେ କାର୍ଗିଲ ବୀର, ଶ୍ରଦ୍ଧାଞ୍ଜଳି ଜଣାଇଲେ ବଲିଉଡ ସେଲିବ୍ରିଟି - Celebs On Kargil Vijay Diwas


ସେପଟେ କାର୍ଯ୍ୟକ୍ରମରେ ବିଧାୟକ ବାବୁ ସିଂଙ୍କ ସମେତ ଅବସରପ୍ରାପ୍ତ ସେନାଧିକାରୀ ଲେପ୍ଟେନାଣ୍ଟ ଜେନେରାଲ ନାରାୟଣ ମହାନ୍ତି, ବ୍ରିଗେଡିଅର ଅଭିମନ୍ୟୁ ରାଉତ, କର୍ଣ୍ଣେଲ ଏମ୍‌.ପି.ନନ୍ଦ, କର୍ଣ୍ଣେଲ ପ୍ରମୁଖ ଯୋଗଦେଇ କାରଗିଲ୍ ଯୁଦ୍ଧ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ୬୦ରୁ ଊର୍ଦ୍ଧ୍ୱ ଅବସରପ୍ରାପ୍ତ ସେନାଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । 

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.