ଅନାସ୍ଥା ଭୋଟ ସ୍ଥଗିତ ପରେ ତାତିଲେ କାଉନସିଲର, ଜିଲ୍ଲାପାଳଙ୍କୁ ଜଣାଇଲେ ଦାବି - Junagarh NAC Voting Issue

By ETV Bharat Odisha Team

Published : Aug 2, 2024, 8:51 PM IST

thumbnail
Junagarh NAC Voting Issue (ETV Bharat Odisha)

ଭବାନୀପାଟଣା: ଜୁନାଗଡ଼ NAC ଅଧ୍ୟକ୍ଷ ବିରୋଧରେ ଅନାସ୍ଥା ପ୍ରସ୍ତାବ ଘଟଣା । ଅତିରିକ୍ତ ଜିଲ୍ଲାପାଳ ଆସିନଥିବାବେଳେ ନିର୍ବାଚନ ସ୍ଥଗିତ ରହିଛି । ଯାହାକୁ ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଜୁନାଗଡ଼ NAC ବିଜେଡି କାଉନସିଲର ।

କାହିଁକି ହୋଇଛି ଅନାସ୍ଥା ପ୍ରସ୍ତାବ?

ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜେପି ଦଖଲରେ ରହିଛି । ବିଗତ ନିର୍ବାଚନରେ ଭାରତୀୟ ଜନତା ଦଳର ପ୍ରାର୍ଥୀ ମୁକେଶ ଅଗ୍ରୱାଲ ବିଜୟ ହାସଲ କରିଥିଲେ । ବିଜ୍ଞାପିତ ଅଞ୍ଚଳ ପରିଷଦ ୧୨ ଟି ୱାର୍ଡ ମଧ୍ୟରୁ ୧୦ଟି ୱାର୍ଡରେ ବିଜେଡି କାଉନସିଲରମାନେ ବିଜୟ ହାସଲ କରିଥିବାବେଳେ ୨ଟି ୱାର୍ଡ ବିଜେପି ହାତକୁ ଯାଇଥିଲା । ନିର୍ବାଚନର ପ୍ରାୟ ୩ ବର୍ଷ ପରେ ଏବେ ବିଜେଡିର ୧୦ ଜଣ କାଉନସିଲର ମିଶି ନଗରପାଳ ମୁକେଶ ଅଗ୍ରୱାଲଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ ।


ଏହା ବି ପଢନ୍ତୁ...ଜୁନାଗଡ଼ NAC ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଭୋଟ ସ୍ଥଗିତ, ତାତିଲେ କାଉନସିଲର - Junagarh NAC Voting Postponed

ନିର୍ବାଚନ ସ୍ଥଗିତ:

ଗତକାଲି (ଅଗଷ୍ଟ 1)ରେ ଅନାସ୍ଥା ଭୋଟିଂ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ରଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦର୍ଶାଇ ଆସିପାରିନଥିଲେ । ଯାହାକୁ ନେଇ କାଉନସିଲରମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଜିଲ୍ଲପାଳଙ୍କୁ ଅଭିଯୋଗ:
ଜିଲ୍ଲା ପ୍ରଶାସନ ନିର୍ବାଚନ ନିୟମକୁ ବେଖାତିର କରୁଥିବା ନେଇ ସମସ୍ତ କାଉନସିଲର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଲିଖିତ ଅଭିଯୋଗ କରିଥିଲେ । "ଆସନ୍ତା ୯ ତାରିଖରେ ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ ଅନାସ୍ଥା ଭୋଟିଂ ହେବା ନେଇ ଜିଲ୍ଲାପାଳ ପ୍ରକାଶ କରିଛନ୍ତି" ବୋଲି NAC ଉପାଧ୍ୟକ୍ଷା ହିମାଦ୍ରି ନାଏକ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.