ପୁଅକୁ ଟିମରେ ମିଳିଲାନି ସ୍ଥାନ, ପଡିଆ ମଝିରେ ଖେଳାଳି ମା’ଙ୍କ ହଙ୍ଗାମା; ପିଚ ଉପରେ ବସିଲେ, ମ୍ୟାଚ ବନ୍ଦ କଲେ - cricketer mother protested

By ETV Bharat Odisha Team

Published : Jul 17, 2024, 1:23 PM IST

thumbnail
CRICKETER MOTHER PROTESTED (ETV Bharat Odisha)

CRICKETER MOTHER PROTESTED କଟକ: ପୁଅକୁ ଟିମରେ ଖେଳିବା ପାଇଁ ସୁଯୋଗ ନ ହେବାରୁ ମାଆଙ୍କ ହଙ୍ଗାମା । କୋଚ ବିବିସିସି ମହାପାତ୍ରଙ୍କ ବିରୋଧରେ ପକ୍ଷପାତିତା ଅଭିଯୋଗ ଆଣି ଖେଳ ପଡିଆରେ ବସି ଧାରଣା ଦେଲେ ମାଆ । ଯେଉଁଥିପାଇଁ ମ୍ୟାଚ ବାଧାପ୍ରାପ୍ତ ହୋଇଛି । ଅନ୍ୟପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଖେଳାଳିଙ୍କ ମାଆଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଛି । ତେବେ ଘଟଣାଟି ଘଟିଛି କଟକ ସନ ସାଇନ୍ ଗ୍ରାଉଣ୍ଡରେ ।

ଏହାମଧ୍ୟ ପଢନ୍ତୁ.. ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି, କାରକେଡ ସାମ୍ନାକୁ ଚାଲି ଆସିଲେ ମହିଳା - Odisha CM Security breach

କଟକ ସନସାଇନ ଗ୍ରାଉଣ୍ଡରେ OCA ଦ୍ୱାରା 19 ବର୍ଷରୁ କମ ବୟସ ବର୍ଗର ଟୁର୍ଣ୍ଣାମେଣ୍ଟ ପରିଚାଳିତ ହେଉଥିବା ବେଳେ ଏହି ସମୟରେ ଜଣେ ମହିଳା ଆସି ପଡିଆ ମଝିରେ ବସିରହିଥିଲେ । ମହିଳା ଜଣକ ଭୁବନେଶ୍ୱର ଏ' ଟିମର ସଦସ୍ୟ ଆୟୁଷ ମହାନ୍ତିଙ୍କ ମାଆ । ଆୟୁଷଙ୍କୁ 11 ଜଣିଆ ଟିମରୁ ପକ୍ଷପାତିତା କରି ଖେଳା ଯାଉନଥିବା ଅଭିଯୋଗରେ ଆଣିଛନ୍ତି ଆୟୁଷଙ୍କ ମାଆ ଓ ବାପା  । ସେପଟେ ଏହି ମାମଲାରେ ବିବିସିସି ମହାପାତ୍ର ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.