thumbnail

By ETV Bharat Odisha Team

Published : May 29, 2024, 8:05 PM IST

ETV Bharat / Videos

ଚାଲିଥିଲା ମୋଦିଙ୍କ ଅଭିଭାଷଣ: ଅସୁସ୍ଥ ହେଲେ ସାମ୍ବାଦିକ, ମାନବିକତା ଦେଖାଇଲେ ପ୍ରଧାନମନ୍ତ୍ରୀ - Journalist Ill In PM Public Meeting

Journalist Ill While Reporting: ରାଇରଙ୍ଗପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଭାରେ ଅସୁସ୍ଥ ହେଲେ ଗଣମାଧ୍ୟମ ପ୍ରତିନିଧି । ମୋଦିଙ୍କ ଅଭିଭାଷଣ ଚାଲୁଥିବା ସମୟରେ ପ୍ରବଳ ଗରମରେ ହଠାତ ଜଣେ ଗଣମାଧ୍ୟମ ପ୍ରତିନିଧି ଗୁରୁତର ଅସୁସ୍ଥ ହୋଇ ପଡ଼ିଥିବା ସୂଚନା ମିଳିଛି ।  

ତେବେ ଆଜି (ବୁଧବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୟୂରଭଞ୍ଜ ଗସ୍ତ ରହିଥିଲା । ନିର୍ବାଚନୀ ପ୍ରଚାର ପାଇଁ ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହର ସ୍ଥିତ ଛଉ ପଡିଆ ଠାରେ ବିଜେପି ତରଫରୁ ବିଜୟ ସଂକଳ୍ପ ସମାବେଶ ଆୟୋଜନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ବାରିପଦା ସହର ପହଞ୍ଚି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ । ତେବେ ଆୟୋଜିତ ସଭାକୁ ପାଣି ବୋତଲ ନେବାକୁ ପୋଲିସ ପକ୍ଷରୁ ବାରଣ କରାଯାଇଥିଲା । ପ୍ରବଳ ଗରମ ଓ ଗୁଳୁଗୁଳି ସତ୍ତ୍ୱେ ଆୟୋଜିତ ଜନସଭାରେ ପ୍ରବଳ ଭିଡ଼ ହୋଇଥିଲା । ହଜାର ହଜାର ସଂଖ୍ୟାରେ ଲୋକ ମୋଦିଙ୍କୁ ଦେଖିବା ପାଇଁ ସେଠାରେ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ବାରିପଦାରେ ଗର୍ଜିଲେ ମୋଦି: ନବୀନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବା ପଛରେ ଷଡଯନ୍ତ୍ର, ବିଜେପି ଶାସନକୁ ଆସିଲେ ହେବ ତଦନ୍ତ - PM MODI TARGET BJD GOVT

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପହଞ୍ଚିବାର କିଛି ସମୟ ପରେ ମୋଦିଙ୍କ ଅଭିଭାଷଣ ଚାଲୁଥିବା ସମୟରେ ଜଣେ ଗଣମାଧ୍ୟମ ପ୍ରତିନିଧି ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ । ପ୍ରଧାନମନ୍ତ୍ରୀ ଏହାକୁ ଦେଖିବା ପରେ ତୁରନ୍ତ ତାଙ୍କୁ ପାଣି ଦେବା ପାଇଁ ଉପସ୍ଥିତ ଲୋକଙ୍କୁ କହିବା ସହିତ ଉପସ୍ଥିତ ଡାକ୍ତରଙ୍କୁ ମଧ୍ୟ ତାଙ୍କ ନିକଟକୁ ପଠାଇଥିଲେ । ତେବେ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ଚିକିତ୍ସା ପାଇଁ ବାରିପଦା ପିଆରଏମ ମେଡିକାଲ କଲେଜ ଅଣାଯାଇଥିଲା । ସେଠାରେ ସେ ଚିକିତ୍ସାଧିନ ଥିବା ବେଳେ ସୁସ୍ଥଥିବା ଜଣାପଡିଛି । ସେପଟେ ବିଜୟ ସଂକଳ୍ପ ସମାବେଶ ଆୟୋଜନ କରିଥିବା ଆୟୋଜକଙ୍କ ଦାୟିତ୍ଵହୀନତା କାରଣରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି । 

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.