ଇଲେକ୍ଟୋରାଲ ବଣ୍ଡ ପ୍ରସଙ୍ଗ: ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଘେରିଲା କଂଗ୍ରେସ - electoral bond issue - ELECTORAL BOND ISSUE

🎬 Watch Now: Feature Video

thumbnail

By ETV Bharat Odisha Team

Published : Mar 31, 2024, 10:28 PM IST

Jharsuguda congress press meet: ଇଲେକ୍ଟୋରାଲ ବଣ୍ଡ ପ୍ରସଙ୍ଗକୁ ନେଇ ଆଜି ଝାରସୁଗୁଡ଼ାରେ ଗର୍ଜିଛି କଂଗ୍ରେସ । ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ବିଜେପି ଏବଂ  ବିଜେଡ଼ି ବ୍ୟାପକ ଦୁର୍ନୀତି କରିଥିବା ଅଭିଯୋଗ କରିଛି ଦଳ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ଉଭୟ କେନ୍ଦ୍ର ଏବଂ ରଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି କଂଗ୍ରେସ । ଉଭୟ ସରକାର ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ବଡ଼ ବଡ଼ କମ୍ପାନୀଠାରୁ ଚାନ୍ଦା ଆଦାୟ କରା ଯାଉଥିବା ଅଭିଯୋଗ ଆଣିିଛି କଂଗ୍ରେସ ।

ଏହା ମଧ୍ୟ ପଢନ୍ତୁ....... ବିଜେଡି ଇଲେକ୍ଟୋରାଲ ବଣ୍ଡ ଜରିଆରେ ଦୁର୍ନୀତି କରୁଛି: ରାଉରକେଲା କଂଗ୍ରେସ - GENERAL ELECTION 2024

ଏହାସହ ଗତ କିଛି ଦିନ ତଳେ ଇଡି ଦ୍ବାରା ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫଦାରୀକୁ ସମାଲୋଚନା କରିଛି ଦଳ । କଂଗ୍ରେସ ଅଭିଯୋଗ କରିଛି ଯେ, ଯେଉଁ ମଦ କାରବାରକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଇଡି ଦ୍ୱାରା ଗିରଫ ହୋଇଛନ୍ତି । କେନ୍ଦ୍ର ସରକାର ସେହି ମଦ ବ୍ୟାପାରୀଙ୍କଠାରୁ କୋଟି କୋଟି ଟଙ୍କା ଚାନ୍ଦା ଆଦାୟ କରୁଛନ୍ତି । ତେବେ ଏହି ସମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ପ୍ରଧାନ ତରୁଣ ପାଣ୍ଡେ, ସାରୁଖ ଖାଁ, ମହିଳା ସଭାନେତ୍ରୀ ଡଲି କଣ୍ଡୁଲୁନା ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ,ଝାରସୁଗୁଡ଼ା 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.