ମା' ଶାରଳାଙ୍କ ପୀଠରେ ଝାମୁଯାତ୍ରା, ଜମିଲା ଭକ୍ତଙ୍କ ଭିଡ - jhamu jatra - JHAMU JATRA

🎬 Watch Now: Feature Video

thumbnail

By ETV Bharat Odisha Team

Published : Apr 15, 2024, 7:16 AM IST

ଜଗତସିଂହପୁର: ଆମ ଓଡ଼ିଶାରେ ବାର ମାସରେ ତେର ପରବ ପାଳନ କରାଯାଏ । ଓଡିଆ ଘରେ ପ୍ରତ୍ୟେକ ପର୍ବର ମହତ୍ତ୍ବ ରହିଛି । ଯାହାକୁ ଅତି ଆନନ୍ଦ ଏବଂ ଉଲ୍ଲାସର ସହିତ ପାଳନ ମଧ୍ୟ କରାଯାଏ । ସେଥି ମଧ୍ୟରେ ଏକ ପୁରାତନ ପର୍ବ ହେଉଛି ଝାମୁଯାତ୍ରା । ତେବେ ଗତକାଲି(ରବିବାର) ଜଗତସିଂହପୁର ଜିଲ୍ଲାର ଇଷ୍ଟଦେବୀ ମା' ଶାରଳାଙ୍କ ପୀଠରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଛି । ଏନେଇ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ଝଙ୍କଡ଼ ସ୍ଥିତ ମା' ଶାରଳା ଠାକୁରାଣୀଙ୍କର ପଣା ସଂକ୍ରାନ୍ତି ଅବସରରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଥାଏ । ପବିତ୍ର ପଣା ସଂକ୍ରାନ୍ତିକୁ ନେଇ ଚଳଚଞ୍ଚଳ ହୋଇଥିଲା ଶାରଳାଙ୍କ ମନ୍ଦିର । ହଜାର ହଜାର ଭକ୍ତ ମାଆଙ୍କ ଝାମୁଯାତ୍ରା ଦେଖିବା ପାଇଁ ଭିଡ଼ ଜମାଇଥିଲେ । ମନ୍ଦିରରେ ସମସ୍ତ ନୀତିକାନ୍ତି ସମାପନ ପରେ ମା'ଙ୍କର ଚଳନ୍ତି ପ୍ରତିମା ଲଣ୍ଡା ଦେଉଳକୁ ବିଜେ କରିଥିଲେ । ମକର ସଂକ୍ରାନ୍ତି ଠାରୁ ହବିଷାନ୍ନ ଭୋଜନ କରି ବ୍ରତ ପାଳନ କରିଥିବା ଘଟ ପାଟୁଆମାନେ ୮ଟି ଘଟ ମା'ଙ୍କ ସହ ଲଣ୍ଡା ଦେଉଳକୁ ବିଜେ କରିଥିଲେ । ଲଣ୍ଡା ଦେଉଳରେ ପହଞ୍ଚିବା ପରେ ମା'ଙ୍କୁ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା । ପରେ ହଳଦୀ ପାଣି ରଖାଯାଇ ଅଗ୍ନିକୁ ଲଗାଯାଇଥିଲା । ହଜାର ହଜାର ଭକ୍ତଙ୍କ ହରିବୋଲ ହୁଳହୁଳି ଧ୍ୱନିରେ ଗଗନ ପବନ ମୁଖରିତ ହୋଇ ଉଠିଥିଲା । ପରେ 8ଟି ଘଟ ପାଟୁଆ ଘଟ ଧରି ଲଗାଯାଇଥିବା ଅଗ୍ନି ଉପରେ ଚାଲିଥିଲେ । ଏନେଇ ହଜାର ହଜାର ଭକ୍ତ ଏହାକୁ ଦେଖି ଆନନ୍ଦ ଲାଭ କରିଥିଲେ । ନିଆଁରେ ଚାଲିବା ଭଳି ପରମ୍ପରା କେଉଁ କାଳରୁ ଏହିଠାରେ ପ୍ରଚଳିତ ହୋଇ ଆସୁଛି । ମା'ଙ୍କ ଆଶୀର୍ବାଦ ବିନା ଏହା ସମ୍ଭବ ହୋଇ ପାରେନା ବୋଲି ଭକ୍ତ ମାନେ ମତ ଦେଇଛନ୍ତି । 

ଏହା ମଧ୍ୟ ପଢନ୍ତୁ-ଢେଙ୍କାନାଳରେ ବହୁ ଆଡ଼ମ୍ବରେ ପାଳନ ହେଲା ହନୁମାନ ଜୟନ୍ତୀ

ଇଟିଭି ଭାରତ,ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.