ନକଲି ମାଓବାଦୀଙ୍କ ଅସଲି କାରନାମା, ବାନ୍ଧି ନେଲା ଜୟପୁର ପୋଲିସ - Police Arrested two fake Maoists

By ETV Bharat Odisha Team

Published : Jun 26, 2024, 10:35 PM IST

thumbnail
Police Arrested two fake Maoists (ETV Bharat Odisha)

Police Arrested two fake Maoists: କୋରାପୁଟ: ଗିରଫ ହେଲେ ଦୁଇ ଜଣ ନକଲି ମାଓବାଦୀ । ଏନେଇ ଜୟପୁର ଏସଡିପିଓ ସୂଚନା ଦେଇଛନ୍ତି । ୨ ନକଲି ମାଓବାଦୀ ହେଲେ କୁମାଗୋଲାରୀ ଓ ତ୍ରିପତି ହରିଜନ । ଏହି ଦୁଇ ଜଣ ବିଭିନ୍ନ ସମୟରେ ନିଜକୁ ମାଓବାଦୀ କହି ଠିକାଦାର ମାନଙ୍କୁ ଚାନ୍ଦା ମାଗୁଥିଲେ । ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ଜୟପୁର ସଦର ଓ ବୈପାରୀଗୁଡା ଥାନାରେ ଏ ସଂକ୍ରାନ୍ତରେ ଏତଲା ହୋଇଥିଲା । ତେବେ ଜୟପୁର ପୋଲିସ ଏହି ଘଟଣାର ତଦନ୍ତ କରିବା ପରେ ଉଭୟଙ୍କୁ ଗିରଫ କରିଥିବା ଏସଡ଼ିପିଓ ଅଙ୍କିତ ବର୍ମା ସୂଚନା ଦେଇଛନ୍ତି । ନକଲି ନକ୍ସଲ ସାଜି ଧମକ ଚମକ ଦେବା ସହିତ ଟଙ୍କା ମାଗିବା ଭଳି ଅନେକ ଘଟଣାରେ ଏହି ଦୁଇ ଜଣ ସାମିଲ ଥିବା ଅଙ୍କିତ ଜଣାଇଛନ୍ତି । ଏମାନଙ୍କ ଠାରୁ ପୋଲିସ ଗୋଟିଏ ମୋବାଇଲ ଫୋନ, ସିମ ସମେତ ଏକ ଧମକ ପୂର୍ଣ୍ଣ ଚିଠିକୁ ଜବତ କରିଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.