ବଢ଼ିଛି ଦର ପଡ଼ିନି ପ୍ରଭାବ, ଅକ୍ଷୟ ତୃତୀୟାରେ ଗହଣା ଦୋକାନରେ ଖଚାଖଚ୍ ଭିଡ଼ - Akshaya Tritiya 2024
🎬 Watch Now: Feature Video
Customer Throng Jewellery Shops On Akshaya Tritiya: ଢେଙ୍କାନାଳ: ସୁନା ଗହଣାର ଦର ବଢ଼ିବା ସତ୍ତ୍ବେ ଗ୍ରାହକଙ୍କ ଉପରେ ପ୍ରଭାବ ପଡିନି । ଆଉ ଅକ୍ଷୟ ତୃତୀୟା ଅବସରରେ ଢେଙ୍କାନାଳରେ ଗହଣା ଦୋକାନରେ ଗ୍ରାହକଙ୍କ ଲମ୍ବା ଲାଇନ । ସେ ସୁନା ହେଉ କି ରୁପା, ଗହଣା ଟିକିଏ କିଣିବା ପାଇଁ ବିଭିନ୍ନ ଗହଣା ଦୋକାନରେ ଗ୍ରାହକମାନଙ୍କ ଖଚାଖଚ ଭିଡ଼ ।
ହିନ୍ଦୁମାନଙ୍କର ପରମ୍ପରା ରହିଛି ଯେ, ଅକ୍ଷୟ ତୃତୀୟାରେ ସୁନା ବା ରୁପା ଗହଣା କିଣି ଘରକୁ ଆଣିଲେ ଲକ୍ଷ୍ମୀ ଆସନ୍ତି । ଆଉ ଧନ ସମ୍ପତିରେ ଘର ପୁରୀ ଉଠେ । ଏନେଇ ଆଜି ଢେଙ୍କାନାଳରେ ବିଭିନ୍ନ ଗହଣା ଦୋକାନରେ ଗ୍ରାହକଙ୍କର ଭିଡ ପରିଲକ୍ଷିତ ହୋଇଥିଲା । କିଏ ସୁନା ହାର ତ ଆଉ କିଏ କାନଫୁଲ, ତ କିଏ ଚୁଡ଼ି କିମ୍ବା ରୁପା କଏନ ଟିଏ ହେଉନା କାହିଁକି ସମସ୍ତେ କିଛିନା କିଛି କିଣିବାରେ ବ୍ୟସ୍ତ । ସେପଟେ ଚଢା ଦରରେ ବି ଲୋକଙ୍କ ମନରେ ପ୍ରବଳ ଉତ୍ସହ ଦେଖିବାକୁ ମିଳିଥିଲା । ଆଉ କିପରି ଭଲ ବେପାର ହେବା ଓ ଦୁଇ ପଇସା ଭଲ ରୋଜଗାର ହେବ ସେଥିପାଇଁ ଗହଣା ଦୋକାନୀମାନେ ନିଜ ନିଜ ଦୋକାନକୁ ଗ୍ରାହକଙ୍କ ଆକର୍ଷଣ ପାଇଁ ବିଭିନ୍ନ ଅଫର ଘୋଷଣା କରିଥିବା ଦେଖିବାକୁ ମିଳିଥିଲା । ସୁନା ଗହଣା ଦର ଅହେତୁକ ବୃଦ୍ଧି ଘଟିଥିଲେ ମଧ୍ୟ ତାହା ଗ୍ରାହକମାନଙ୍କ ଉପରେ କିଛି ପ୍ରଭାବ ପଡି ନଥିଲା ପରି ଅନୁଭୂତ ହେଉଥିଲା ।
ଇଟିଭି ଭାରତ, ଢେଙ୍କାନାଳ