ପବିତ୍ର ଜନ୍ମାଷ୍ଟମୀରେ ଇସ୍କନରେ ପ୍ରବଳ ଭିଡ, ଧାଡିରେ ଆସି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ - Janmashtami 2024

By ETV Bharat Odisha Team

Published : Aug 26, 2024, 8:57 PM IST

thumbnail
Janmashtami 2024 (ETV Bharat Odisha)

ଭୁବନେଶ୍ବର: ଆଜି ପବିତ୍ର ଜନ୍ମାଷ୍ଟମୀ । ଆଜିର ଦିନରେ ଲୀଳାମୟ ଠାକୁର ପ୍ରଭୁ ଶ୍ରୀକୃଷ୍ଣ ଧରା ପୃଷ୍ଠରେ ଅବତରଣ କରିଥିଲେ । ଜନ୍ମାଷ୍ଟମୀକୁ ନେଇ ଚଳଚଞ୍ଚଳ ପୁରପଲ୍ଲୀ । ଚାରି ଦିଗରେ ଗିଞ୍ଜରିତ ହେଉଛି ଲୀଳାମୟଙ୍କ ନାମ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଦର୍ଶନ ପାଇଁ ସବୁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ । ଏହି ଅବସରରେ ଭୁବନେଶ୍ୱର ଇସ୍କନ ମନ୍ଦିର ପରିବେଶ ଉତ୍ସବ ମୁଖର ହୋଇଥିବା ବେଳେ ଭକ୍ତଙ୍କ ଭିଡ ବେଶ ପରିଲିକ୍ଷିତ ହୋଇଛି । ରାଜଧାନୀ ସମେତ ରାଜ୍ୟର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ଆସି ପ୍ରଭୁ ଶ୍ରୀକୃଷ୍ଣଙ୍କ ଦର୍ଶନ କୁରୁଛନ୍ତି । ଶୃଙ୍ଖଳିତ ଭାବେ ଧାଡିରେ ଆସି ଦର୍ଶନ କରୁଥିବା ବେଳେ ବେଶ ପରମାନନ୍ଦ ଲାଭ କରୁଛନ୍ତି । କୁନି ବାଳକ ବେଶରେ ଭଗବାନ ଶ୍ରୀକୃଷ୍ଣ ସଜେଇ ହୋଇ ରହିଥିବା ବେଳେ ଭଗବାନଙ୍କ ଏହି ବାଳବେଶକୁ ପୁତ୍ର ରୂପେ ଦର୍ଶନ ସହ ଝୁଲଣରେ ଝୁଲାଇବା ପାଇଁ ଭକ୍ତଙ୍କ ମନରେ ନାହିଁ ନଥିବା ଉତ୍କଣ୍ଠା । ଆଜିର ଦିନରେ ପ୍ରଭୁଙ୍କର ରମଣୀୟ ଦୃଶ୍ୟ ଦେଖିବାର ସୌଭାଗ୍ୟ ପାଇଁ ଭକ୍ତମାନେ ବେସ ଖୁସି ହୋଇଛନ୍ତି । ଆଉ ପ୍ରଭୁଙ୍କ କୃପା ପାଇଁ ନିଜକୁ ବେସ ସୌଭାଗ୍ୟ ମାଣିଛନ୍ତି । 

ଏହା ମଧ୍ୟ ପଢନ୍ତୁ: ପବିତ୍ର ଜନ୍ମାଷ୍ଟମୀ; ଉତ୍ସବମୁଖର ପୁରପଲ୍ଲୀ, ରାଜ୍ୟର ବିଭିନ୍ନ ମନ୍ଦିରରେ ଧୁମଧାମରେ ପାଳନ ହେଉଛି ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମନୀତି

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.