ଢେଙ୍କାନାଳର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ - Yoga Day Celebration in Dhenkanal - YOGA DAY CELEBRATION IN DHENKANAL
🎬 Watch Now: Feature Video
Published : Jun 21, 2024, 2:28 PM IST
|Updated : Jun 21, 2024, 2:42 PM IST
ଢେଙ୍କାନାଳ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ଢେଙ୍କାନାଳରେ ଜିଲ୍ଲାବ୍ୟାପୀ ଯୋଗ ଦିବସ ପାଳିତ ହୋଇଛି । ବିଜୁପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ପରିସରରେ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଯୋଗ ଶିବିରରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ଯୋଗ ଶିବିରରେ ସାମିଲ ହୋଇଥିଲେ । ଏହି ସମୟରେ ଯୋଗ ସମସ୍ତେ କରିବା ଉଚିତ ଏବଂ ପ୍ରତ୍ୟେକ ଦିନ ଯୋଗ କରିବା ଦ୍ୱାରା ଶରୀର ଫୁର୍ତ୍ତି ନିରୋଗ ରଖିବା ସହିତ ନିଜର ଆଧ୍ୟାତ୍ମିକ ବିଚାରଧାରା ବୃଦ୍ଧି କରିଥାଏ । ଏହା ସହିତ ମନକୁ ଶାନ୍ତି ରଖିଥାଏ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପରକ୍ଷ କରିଛନ୍ତି ।
ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଭାରତୀୟ ଯୋଗ ସଂସ୍ଥାନ ପକ୍ଷରୁ ଯୋଗ ଗୁରୁ ଶୁଶିଲ କୁମାର ପଣ୍ଡା ଯୋଗ ପ୍ରଶିକ୍ଷଣ ଦେଇଥିଲେ । ଏଥିରେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସମେତ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଅତିରିକ୍ତ ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ଜିଲ୍ଲାସ୍ତରୀୟ କର୍ମକର୍ତ୍ତା, ବିଭିନ୍ନ ସଂଗଠନର କର୍ମକର୍ତା, ବୁଦ୍ଧିଜୀବୀ ଓ ଯୋଗ ପ୍ରେମୀ ମାନେ ଏହି ଯୋଗ ଶିବିରରେ ସାମିଲ ହୋଇଥିଲେ।ଭାରତକୁ ବିଶ୍ୱ ଗୁରୁ ଭାବେ ପ୍ରଦିପାଦିତ କରିବାକୁ ହେଲେ ଯୋଗ କରିବା ନିହାତି ଆବଶ୍ୟକ ବୋଲି ଏହି ଅବସରରେ କହିଛନ୍ତି ଯୋଗ ଗୁରୁ ଶୁଶିଲ ପଣ୍ଡା ।
ଏହା ମଧ୍ୟ ପଢନ୍ତୁ: ସୁସ୍ଥ ଓଡ଼ିଶା ଗଠନ କରିବାରେ ଯୋଗ ସହାୟକ ହେବ: ମୁଖ୍ୟମନ୍ତ୍ରୀ
ସେହିପରି କାମାକ୍ଷାନଗରର ସାରଙ୍ଗଧର ଷ୍ଟାଡିୟମ ସ୍ଥିତ ଅଡ଼ିଟୋରିୟମ ହଲଠାରେ କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ କାମାକ୍ଷାନଗର ପଞ୍ଚାୟତ ସମିତି ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା, କାମାକ୍ଷାନଗର ଉପଜିଲ୍ଲାପାଳ ସମେତ ବହୁମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । ଯୋଗ ମଣିଷ ଶରୀରକୁ ସୁସ୍ଥ ଓ ନିରୋଗ ରଖିବାର ସର୍ବୋକୃଷ୍ଟ ମାଧ୍ୟମ । ତେଣୁ ପ୍ରତ୍ୟେକ ଲୋକ ନିଜକୁ ଫିଟ ରଖିବା ପାଇଁ ଯୋଗ କରିବା ଆବଶ୍ୟକ ରହିଥିବା ନେଇ ଉପସ୍ଥିତ ଅତିଥି ମତବ୍ୟକ୍ତ କରିଥିଲେ । ଏହି ଯୋଗ ଶିବିରରେ ପତଞ୍ଜଳି ଯୋଗ କମିଟି, ସହରର ବିଭିନ୍ନ ଅନୁଷ୍ଠାନର ବ୍ୟକ୍ତି ବିଶେଷ, ମହିଳା, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ବହୁ ସଂଖ୍ୟାରେ ଉପସ୍ଥିତ ରହି ଯୋଗ କରିବା ସହ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଇଟିଭି ଭାରତ, ଢେଙ୍କାନାଳ