ବାଲୁକାକଳାରେ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବା ଚିତ୍ର - Ratna Bhandar Sand Art

By ETV Bharat Odisha Team

Published : Jul 19, 2024, 9:42 AM IST

thumbnail
Ratna Bhandar Sand Art (@sudarsansand)

Ratna Bhandar Sand Art ପୁରୀ: ଦୀର୍ଘ ବର୍ଷ ପରେ ଖୋଲିଛି ପୁରୀ ଶ୍ରୀମନ୍ଦିରର ଭିତର ଓ ବାହାର ରତ୍ନଭଣ୍ଡାର । ୧୧ ଜଣିଆ ପ୍ରତିନିଧି ଟିମ ଏସଓପି ଆଧାରରେ ରତ୍ନ ଭଣ୍ଡାର ଖୋଲିବା ସହ ଏହା ମଧ୍ୟରେ ଥିବା ରତ୍ନ ଅଳଙ୍କାରକୁ ସ୍ଥାନାନ୍ତର କରିଛନ୍ତି । ଭିତର ରତ୍ନଭଣ୍ଡାରରେ 3 ସିନ୍ଦୁକ ଓ 4 ଆଲମାରୀରେ ଅଳଙ୍କାର ଥିବାବେଳେ ଭିତର ରତ୍ନଭଣ୍ଡାରରେ ମୋଟ ୭ଟି ସିନ୍ଦୁକ ଓ ଆଲମାରୀ ଥିଲା ବୋଲି ଜଷ୍ଟିସ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି । ଅନ୍ୟପଟେ ଐତିହାସିକ ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା କଳା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ରତ୍ନ ଭଣ୍ଡାର ଖୋଲାଯିବା ନେଇ ଏକ ସୁନ୍ଦର ବାଳୁକା ଚିତ୍ର ବନାଇଛନ୍ତି ।  ଶ୍ରୀମନ୍ଦିରର ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର ଖୋଲାଯାଇ ରତ୍ନ ଅଳଙ୍କାର ଷ୍ଟ୍ରଙ୍ଗ ରୁମ ସ୍ଥାନାନ୍ତର କରାଯିବାକୁ ଐତିହାସିକ ମୁହୂର୍ତ୍ତ କହିବା ସହ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁଦର୍ଶନ ପଟ୍ଟନାୟକ ।

ଏହାମଧ୍ୟ ଦେଖନ୍ତୁ.. ବାଲୁକା ଚିତ୍ରକଳାରେ ପବିତ୍ର ରଥଯାତ୍ରାର ଅଭିନନ୍ଦନ - Ratha Yatra Sand Art
 

ପୁରୀ, ଇଟିଭି ଭାରତ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.