ନୌସେନା ଦିବସ: ୩୪୦୨ ଦିଆସିଲି କାଠିରେ ବୁଡ଼ା ଜାହାଜ INS VELA - INDIAN NAVY DAY 2024

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 4, 2024, 10:09 AM IST

Updated : Dec 4, 2024, 11:38 AM IST

Indian Navy Day 2024 INS VELA Submarine Crafted With Matchstick, ପୁରୀ: ଆ ଜି ପୁରୀ ବ୍ଲୁ ଫ୍ଲାଗ ବିଚ୍‌ରେ ଭାରତୀୟ ନୌସେନା, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ ନୌସେନା ଦିବସ ପାଳନ କରିବ । ନୌସେନା ଯବାନଙ୍କ ଦୁଃସାହସିକ ଯୁଦ୍ଧକଳା କୌଶଳ ପ୍ରଦର୍ଶନୀ ଦେଖିବାକୁ ମିଳିବ । ଲୋକେ ଏହାକୁ ଦେଖିବା ପାଇଁ ବେଶ ଉତ୍ସାହର ଅପେକ୍ଷା କରିଛନ୍ତି । ଏହି ଅବସରରେ ଏକ ନିଆରା ଢଙ୍ଗରେ ଭାରତୀୟ ନୌସେନାକୁ ଶୁଭେଛା ଜଣାଇଛନ୍ତି ପୁରୀ ଯୁବ ଚିତ୍ରଶିଳ୍ପୀ  ଶାଶ୍ବତ ରଞ୍ଜନ ସାହୁ ।  ଓଡ଼ିଶାରେ ପ୍ରଥମ କରି ଭାରତୀୟ ନୌସେନା ପ୍ରତିଷ୍ଠା ଦିବସ ପାଳନ କରୁଥିବାରୁ ନୌସେନାକୁ ଏହି କଳାକୃତି ଦ୍ଵାରା ଶୁଭେଛା ଦେଇଛନ୍ତି ଶାଶ୍ୱତ ।
 

ଏହା ମଧ୍ୟ ପଢ଼ନ୍ତୁ-

ବାଲୁକାକଳାରେ ନୌସେନା ବୀରତ୍ବର ଗାଥା

ଆଜି ନୌସେନା ଦିବସ: ପୁରୀରେ ପରାକ୍ରମ ଦେଖାଇବେ ନୌବୀର, ସାମିଲ ହେବେ ରାଷ୍ଟ୍ରପତି



ପୁରୀର ୨୧ ବର୍ଷ ବୟସ୍କ ପ୍ରତିଭାବାନ କଳାକାର ଶାଶ୍ୱତ ରଞ୍ଜନ ସାହୁ । ୩୪୦୨ ଦିଆସିଲି କାଠି ବ୍ୟବହାର କରି ଆଇଏନ୍ଏସ୍ ଭେଲା (ଏସ୍୨୪)ର ଏକ ପ୍ରତିକୃତି ତିଆରି କରିଛନ୍ତି । ଏହି କଳାକୃତିର ଲମ୍ବ ୨୨ ଇଞ୍ଚ ରହିଥିବା ବେଳେ ଏହାକୁ ନିର୍ମାଣ କରିବାକୁ ୮ ଦିନ ସମୟ ଲାଗିଥିଲା । ପୁରୀରେ ଭାରତୀୟ ନୋସେନା ଦିବସ ଉତ୍ସବରେ ଅନୁପ୍ରାଣିତ ହୋଇ ଶାଶ୍ୱତ ଦେଶର ନୋସେନା ବାହିନୀକୁ ଶୁଭେଛା ଦେବା ପାଇଁ କିଛି ଅନନ୍ୟ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଥିଲେ । ତାଙ୍କର ଦିଆସିଲି କାଠି କଳାକୃତି ତାଙ୍କର ସୃଜନଶୀଳତା ଏବଂ ନିଷ୍ଠାର ଏକ ପ୍ରମାଣ । ଶାଶ୍ୱତ ରଞ୍ଜନ ସାହୁ କହିଛନ୍ତି, "ଆମ ଦେଶର ନୌସେନାକୁ ସମ୍ମାନ ଦେବା ପାଇଁ ମୁଁ କିଛି ବିଶେଷ କରିବାକୁ ଚାହୁଁଥିଲି । ମୁଁ ଏହି କଳାକୃତି ତିଆରି କରିଥିବାରୁ ମୁଁ ଗର୍ବିତ ଏବଂ ମୁଁ ଭାରତୀୟ ନୋସେନାକୁ ସେମାନଙ୍କର ବିଶେଷ ଦିନରେ ଶୁଭେଚ୍ଛା ଜଣାଉଛି ।"

ଏହା ମଧ୍ୟ ପଢ଼ନ୍ତୁ...ଦିଆସିଲି କାଠିରେ ତିନି ରଥ, ମନ ମୋହୁଛି ଯୁବ ଶିଳ୍ପୀଙ୍କ କଳାକୃତି - Ice Cream and match stick Ratha

ଏହା ମଧ୍ୟ ପଢ଼ନ୍ତୁ...ଦିଆସିଲି କାଠିରେ ରଥ ନିର୍ମାଣ କରି ଚର୍ଚ୍ଚାରେ ପିପିଲିର ଚାନ୍ଦୁଆ କାରିଗର ଅକ୍ଷୟ ମହାପାତ୍ର - Matchstick Ratha

ଇଟିଭି ଭାରତ, ପୁରୀ

Last Updated : Dec 4, 2024, 11:38 AM IST

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.