ନିମାପଡ଼ାରେ ସ୍ବାଧୀନ ପ୍ରାର୍ଥୀ ରୋଜାଲିନ ନାୟକଙ୍କ ଜୋରଦାର ପ୍ରଚାର - Independent candidate Rojalin Nayak
🎬 Watch Now: Feature Video
Independent Candidate Rojalin Nayak: ନିମାପଡ଼ା: ଆସନ୍ତା ଜୁନ ୧ରେ ହେବାକୁ ଯାଉଛି ନିର୍ବାଚନର ଅନ୍ତିମ ଲଢେଇ । ନିମାପଡ଼ାରେ ତିନି ପ୍ରମୁଖ ଦଳ ମଧ୍ୟରୁ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଚାଲିଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ପଛରେ ପଡିନାହାଁନ୍ତି । ସ୍ଵାଧୀନ ପ୍ରାର୍ଥୀ ରୋଜାଲିନ ନାୟକ ଭାବେ ନିର୍ବାଚନ ଲଢୁଥିବା ବେଳେ ତାଙ୍କୁ ମିଳିଛି ଫୁଲକୋବି ଚିହ୍ନ । ରୋଜାଲିନ ଜନସାଧାରଣଙ୍କୁ ଫୁଲ କୋବି ଚିହ୍ନରେ ଭୋଟ ଦେବାକୁ ଅନୁରୋଧ କରିଛନ୍ତି । ନିମାପଡ଼ାକୁ ସବ ଡିଭିଜନ ମାନ୍ୟତା, ଧନୁଆ ବନ୍ୟାର ସ୍ଥାୟୀ ପ୍ରତିକାର, ଚାଷୀମାନଙ୍କୁ ସରକାରୀ ସହାୟତା, ଶୀତଳ ଭଣ୍ଡାର ପ୍ରତିଷ୍ଠା, ନିମାପଡ଼ା-ଗୋପର ଉଠାଦୋକାନୀ ମାନଙ୍କ ସ୍ଥାୟୀ ପ୍ରତିକାର ଆଦି ବିଭିନ୍ନ ମୁଦ୍ଦା ନେଇ ରୋଜାଲିନ ଭୋଟରଙ୍କ ନିକଟତର ହୋଇଛନ୍ତି ।
ଏହା ମଧ୍ୟ ପଢନ୍ତୁ ... ନିମାପଡ଼ାରେ ଶକ୍ତିଶାଳୀ ହେଉଛି ବିଜେଡି, ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଶକ୍ତ ଝଟକା
ତେବେ ସ୍ଵାଧୀନ ପ୍ରାର୍ଥୀ ରୋଜାଲିନ ନାୟକ ନିଜର ସମର୍ଥକଙ୍କ ସହ ବିରୋଧ ଶୋଭାଯାତ୍ରାରେ ଗୋପ ବ୍ଲକର ବିଭିନ୍ନ ପଞ୍ଚାଯତ ବସ୍ତି ସମେତ ବିଭିନ୍ନ ଗାଁ ଗାଁ ବୁଲି ଭୋଟ ଭିକ୍ଷା କରିଥିଲେ । ବିଭିନ୍ନ ସ୍ଥାନରେ ତାଙ୍କୁ ମହିଳାମାନେ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରୁଥିବା ସହ ଜନସାଧାରଣ ବିପୁଳ ସମର୍ଥନ ମିଳୁଛି ବୋଲି କହିଛନ୍ତି ସ୍ଵାଧୀନ ପ୍ରାର୍ଥୀ ରୋଜାଲିନ ନାୟକ । ଗୋଟେ ପଟେ ବିଜେପି ନିମାପଡାରେ ସମୀକରଣ ବଦଳାଇବାକୁ ଚେଷ୍ଟା କରୁଥିବା ବେଳେ ବିଜେପିକୁ ମାତ ଦେଇ ବିଜେଡି ଖେଳୁଛି ମାଷ୍ଟର ଷ୍ଟ୍ରୋକ । ଆଗାମୀ ଜୁନ ୧ ତାରିଖରେ ନିମାପଡାର ସ୍ବାଭିମାନୀ ଭୋଟର ନିଜ ନିଜର ମତଦାନ କାହାକୁ ଦେବେ ଓ ନିମାପଡା ଆସନରେ କାହା ମୁଣ୍ଡରେ ସୁନା ମୁକୁଟ ପିନ୍ଧାଇବେ ତାହା ସମୟ କହିବ ।
ଇଟିଭି ଭାରତ, ନିମାପଡ଼ା