ଶିବ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି - ROBBERY FROM SHIV TEMPLE
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/13-01-2025/640-480-23315349-thumbnail-16x9-od.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jan 13, 2025, 5:59 PM IST
ନୟାଗଡ଼: ମନ୍ଦିରରୁ ପଞ୍ଚମୁଖୀ ଅଷ୍ଟ ଧାତୁ ମୂର୍ତ୍ତି ଚୋରି । ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବଡ଼ ପଣ୍ଡୁସର ଉଗ୍ରେଶ୍ବର ମହାଦେବଙ୍କ ମନ୍ଦିରରୁ ପଞ୍ଚମୁଖୀ ମୂର୍ତ୍ତି ଚୋରି ହୋଇଛି । ଗତ ଶନିବାର ରାତିରେ କେହି ଦୁର୍ବୃତ୍ତ ଉଗ୍ରେଶ୍ବରଙ୍କ ବିଜେ ପ୍ରତିମା ଚୋରେଇ ନେଇଥିବା ଅଭିଯୋଗ ହୋଇଛି । ଗତକାଲି(ରବିବାର) ସକାଳୁ ମନ୍ଦିର ପୂଜକ ମନ୍ଦିର ଖୋଲିବାକୁ ଯିବା ସମୟରେ ମନ୍ଦିର ତାଲା ଭାଙ୍ଗିଥିବା ଦେଖିବାକୁ ପାଇଥିଲେ । ସେ ଭିତରକୁ ଯିବା ପରେ ବିଜେ ପ୍ରତିମା ନଥିବା ଦେଖିବାକୁ ପାଇଥିଲେ । ମନ୍ଦିର ଭିତରୁ ପଞ୍ଚମୁଖୀ ମହାଦେବଙ୍କ ପିତ୍ତଳ ମୂର୍ତ୍ତି ଚୋରି ହୋଇଛି । ଅଭିଯୋଗ ପରେ ଘଟଣା ସ୍ଥଳରେ ଇଟାମାଟି ଥାନା ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି ।
ପୂଜାରୀଙ୍କ କହିବା ଅନୁସାରେ, ପହିଲି ପୂଜା ଚାଲିଥିବାରୁ ସେ ଭୋର ୩ଟାରୁ ୪ ମଧ୍ୟରେ ମନ୍ଦିରକୁ ଆସି ପହଞ୍ଚିଥିଲେ । ବାହାର କାର୍ଯ୍ୟ ସାରିବା ପରେ ଶିବ ମନ୍ଦିରକୁ ଯିବା ବେଳେ ହଠାତ ମନ୍ଦିରର ତାଲା ନଥିବା ଦେଖିବାକୁ ପାଇଥିଲେ । ଭିତରକୁ ଯିବାପରେ ଉଗ୍ରେଶ୍ୱର ମହାଦେବଙ୍କର ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର, ପାର୍ବତୀ ଏବଂ ପଞ୍ଚମୁଖି ଶିବଙ୍କ ମୂର୍ତ୍ତି ନଥିବା ଦେଖିବାକୁ ପାଇଥିଲେ l ପରେ ସେ ସଙ୍ଗେ ସଙ୍ଗେ ଗ୍ରାମରେ ସମସ୍ତଙ୍କୁ ଜଣାଇଥିଲେ । ଗ୍ରାମବାସୀ ମନ୍ଦିରରେ ପହଞ୍ଚି ଏନେଇ ଥାନାରେ ଜଣାଇଥିଲେ ।
ଅନ୍ୟ ଜଣେ ପୂଜକଙ୍କ କହିବା ଅନୁସାରେ, 1974 ମସିହାରେ ଏହି ମନ୍ଦିରରୁ ଥରେ ଚୋରି ହୋଇଥିଲା । ପରେ ନୂତନ ବିଗ୍ରହ ଆଣି ସ୍ଥାପନ କରାଯାଇଥିଲା । ମୂଲ୍ୟବାନ ପଞ୍ଚମୁଖୀ ମୂର୍ତ୍ତିର ଓଜନ 30 କେଜି ଏବଂ ଅନ୍ୟ ଦୁଇ ମୂର୍ତ୍ତି 25 କେଜି ହେବ । ସେପେଟ ତୁରନ୍ତ ଚୋରକୁ ଧରାଯାଇ ମୂର୍ତ୍ତିକୁ ଫେରାଇ ଆଣିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଅନ୍ୟପଟେ ପୋଲିସ ପକ୍ଷରୁ ଚୋରକୁ ଧରିବାକୁ ସନ୍ଧାନ ଜାରି ରହିଛି ବୋଲି SDPO ସୁଦର୍ଶନ ଗଙ୍ଗୋଇ ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ଠାକୁରଙ୍କୁ ଛାଡିଲେନି ଚୋର, ପଞ୍ଚମୁଖୀ ହନୁମାନ ମନ୍ଦିରରେ ବୁଲାଇଲେ କଳାକନା ଏହା ମଧ୍ୟ ପଢ଼ନ୍ତୁ...ଚୋରଙ୍କ ଆଖିରୁ ବର୍ତ୍ତିପାରିଲେନି ଗ୍ରହରାଜ ଶନିଦେବ: ତାଡିନେଲେ ଆଖି-ମୁକୁଟ, CCTVରେ କଏଦ |
ଇଟିଭି ଭାରତ, ନୟାଗଡ଼