thumbnail

ଆଠମଲ୍ଲିକରୁ କୋଲକାତା ଯାଉଥିଲା କେନ୍ଦୁପତ୍ର, ମାଡି ବସିଲା ବନ ବିଭାଗ - kendu leaves seized

By ETV Bharat Odisha Team

Published : Jun 21, 2024, 11:31 AM IST

ଅନୁଗୋଳ: ଜିଲ୍ଲା ବନ ବିଭାଗକୁ ବଡ଼ ସଫଳତା । ଆଠମଲ୍ଲିକରୁ କଲିକତା ଯାଉଥିଲା କେନ୍ଦୁପତ୍ର ବୋଝେଇ ଟ୍ରକୁ ମାଡି ବସିଲା ବନ ବିଭାଗ ।  କେନ୍ଦୁପତ୍ର ଚୋରା ଚାଲାଣ ବେଳେ ଟ୍ରକକୁ ଧରିଲା ପୋଲିସ ।  57.52 କ୍ବିଣ୍ଟାଲ କେନ୍ଦୁପତ୍ର ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ 30 ଲକ୍ଷ 90 ହଜାର ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ, ଆଠମଲ୍ଲିକ ଅଞ୍ଚଳରୁ ଏକ ଟ୍ରକରେ କେନ୍ଦୁପତ୍ର ବୋଝେଇ ହୋଇ କଟକ ଚୋରା ଚାଲାଣ ହେଉଥିବା ବନ ବିଭାଗକୁ ସୂଚନା ମିଳିଥିଲା । ଏହାପରେ ଗତକାଲି ବନ ବିଭାଗ ଅନୁଗୋଳଠାରେ ଜଗି ରହି ଟ୍ରକଟିକୁ ଅଟକାଇବାକୁ ଚେଷ୍ଟା କରିଥିଲା । କିନ୍ତୁ ଟ୍ରକଟି ନ ଅଟକି ଦ୍ରୁତ ବେଗରେ ଖସି ପଳାଇ ଯିବାକୁ ଚେଷ୍ଟା କରିଥିଲା । ଅନୁଗୋଳ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ରେଞ୍ଜର ହରମୋହନ ନାୟକ ସଦଳବଳେ ଟ୍ରକୁ ଜାତୀୟ ରାଜପଥରୁ ନାଲକୋ ପର୍ଯ୍ୟନ୍ତ ଗୋଡ଼ାଇ ଅଟକାଇବାକୁ ସଫଳ ହୋଇଥିଲା । ଯାଞ୍ଚ ସମୟରେ ଟ୍ରକରେ କେନ୍ଦୁପତ୍ର ଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରୁ ଗାଡିର ଚାଳକ ଫେରାର ହୋଇୟାଇଥିବା ସୂଚନା ମିଳିଛି । ସବୁଠାରୁ ବଡ଼ କଥା ହେଲା ଗାଡିରୁ ଅନେକ ନକଲି ନମ୍ବର ପ୍ଲେଟ ମିଳିଛି । ଗୋଟିଏ ପରେ ଗୋଟିଏ ନମ୍ବର ପ୍ଲେଟ ବଦଳାଇ ବନ ବିଭାଗ ଓ ପୋଲିସକୁ ଚକମା ଦେଇ ଅନେକ ଦିନ ହେଲା ଚୋରା ବେପାରୀ କେନ୍ଦୁପତ୍ର ଚୋରା ଚାଲାଣ କରୁଥିବା ସନ୍ଦେହ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-କେନ୍ଦ୍ର ସରକାର ହଟାଉ କେନ୍ଦୁପତ୍ର ଉପରୁ ଜିଏସଟି: ସୁବାସ ସିଂ - Nullify GST On Kendu Leaves

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.