ଭୁବନେଶ୍ବରରେ 'ଫାଇଟର' କ୍ରେଜ, ହଲ୍ ସାମ୍ନାରେ କେକ୍ କାଟି ସେଲିବ୍ରେସନ କଲେ ଫ୍ୟାନ୍ସ - ଭୁବନେଶ୍ବରରେ ଫାଇଟର କ୍ରେଜ

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 25, 2024, 6:59 PM IST

Fighter Craze: ଭୁବନେଶ୍ବର: ଗଣତନ୍ତ୍ର ଦିବସ(ଜାନୁଆରୀ ୨୬) ଅବସରରେ ବିଶ୍ବରେ ରିଲିଜ ହୋଇଛି ଦେଶଭକ୍ତି ଫିଲ୍ମ 'ଫାଇଟର' । ଏହି ଫିଲ୍ମରେ ବଲିଉଡ ହ୍ୟାଣ୍ଡସମ ହଙ୍କ ଅଭିନେତା ହ୍ରିତିକ ରୋଶନ, ବଲଇଉଡ ଅଭିନେତ୍ରୀ ଦୀପିକା ପାଦୁକୋନ, ଅନୀଲ କପୁର, କରଣ ସିଂ ଗୋଭର, ଅକ୍ଷୟ ଓବରଏ ଭଳି ତାରକା ନଜର ଆସିଛନ୍ତି । ଫିଲ୍ମକୁ ଫ୍ୟାନ୍ସଙ୍କ ମଧ୍ୟରେ ସବୁଠି ଭିନ୍ନ କ୍ରେଜ ଦେଖିବାକୁ ମିଳିଛି । ପ୍ରଥମ ଦିନରେ ଫିଲ୍ମ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି । ସମାଲୋଚକଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ସ ଫିଲ୍ମର ପ୍ରଶଂସା କରିବା ସହ ବ୍ଲକବ୍ଲଷ୍ଟର ଟ୍ୟାଗ ଦେଇଛନ୍ତି ।

ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ମଧ୍ୟ ହ୍ରିତିକ ଏବଂ ଦୀପିକାଙ୍କ ଫ୍ୟାନ୍ସ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଭୁବନେଶ୍ବରରେ ଫିଲ୍ମ ରିଲିଜକୁ ନେଇ ଫ୍ୟାନ୍ସ ଧୁମଧାମରେ ସେଲିବ୍ରେସନ କରିଛନ୍ତି । ଥିଏଟର ସାମ୍ନାରେ ଫ୍ୟାନ୍ସ ହ୍ରିତିକଙ୍କ ପୋଷ୍ଟରରେ ପୁଷ୍ପମାଳ ପିନ୍ଧାଇ କେକ କାଟି ସେଲିବ୍ରେସନ କରିଛନ୍ତି । ତେବେ କେମିତି ରହିଛି ପୁରା ଚଳଚ୍ଚିତ୍ର ସେନେଇ କ'ଣ କହୁଛନ୍ତି ଫ୍ୟାନ୍ସ ଶୁଣନ୍ତୁ.....

ଏହା ମଧ୍ୟ ପଢନ୍ତୁ: ବକ୍ସ ଅଫିସରେ ନିଆଁ ଲଗାଇବ ଫାଇଟର ! ପ୍ରଥମ ଦିନ ଏତିକି କରିପାରେ କଲେକ୍ସନ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.