ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା ପାଇଁ ହାଇ ଆଲର୍ଟ, ପାରାଦ୍ୱୀପରୁ ବାଲେଶ୍ବର ଉପକୂଳରେ ଅଗଷ୍ଟ ୨ ପର୍ଯ୍ୟନ୍ତ ସତର୍କତା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା - High Alert for missile test

By ETV Bharat Odisha Team

Published : Jul 31, 2024, 7:58 AM IST

Updated : Jul 31, 2024, 11:26 AM IST

thumbnail
କ୍ଷେପଣାସ୍ତ୍ର ପରୀକ୍ଷା ପାଇଁ ପାରାଦ୍ୱୀପରେ ଆଲର୍ଟ (ETV Bharat Odisha)

ପାରାଦ୍ଵୀପ: ବାଲେଶ୍ବର ସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପରୀକ୍ଷା ହେବ ଦୂରଗାମୀ କ୍ଷେପଣାସ୍ତ୍ର । ଏଥିପାଇଁ ଓଡିଶା ଉପକୂଳରେ ଆଲର୍ଟ ଜାରି କରାଯାଇଛି । ଆଜି (ଜୁଲାଇ ୩୧)ଠାରୁ ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ସକାଳ ୯ଟା ୩୦ମିନିଟରୁ ଅପରାହ୍ନ ୪ଟା ୩୦ ପର୍ଯ୍ୟନ୍ତ ସମୁଦ୍ରରେ ନରହିବା ପାଇଁ ପରାମର୍ଶ ଦେଇଛି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ । ଏନେଇ ବିଭାଗ ପକ୍ଷରୁ ପାରାଦ୍ଵୀପର ଷଣ୍ଡକୁଦ ବସ୍ତି, ନୂଆବଜାର ବସ୍ତି, ଅଠରବାଙ୍କି ବାଲିପ୍ଲଟ, ଚଉମୁହାଣି ଓ ନେହେରୁବଙ୍ଗଳା ମାଛଧରା ବନ୍ଦରରେ ସ୍ବତନ୍ତ୍ର କ୍ୟାମ୍ପ କରାଯାଇ ମତ୍ସ୍ୟଜୀବୀଙ୍କୁ ସଚେତନ କରାଯାଇଛି । ଜୁଲାଇ ୨୪ରୁ ୨୬ ତାରିଖ ମଧ୍ଯରେ ଥିବା କ୍ଷେପଣାସ୍ତ୍ର ପରିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହୋଇଥିବା ବେଳେ ଆସନ୍ତା ୩୧ ତାରିଖରୁ ଅଗଷ୍ଟ ୨ତାରିଖ ପର୍ଯ୍ୟନ୍ତ ଏକାଧିକ କ୍ଷେପଣାସ୍ତ୍ର ପରିକ୍ଷଣ କରାଯିବ । ଯେହେତୁ ମତ୍ସ୍ୟଜୀବୀମାନେ ଏହି କ୍ଷେତ୍ର ମଧ୍ଯରେ ନିଜ ବୋଟ, ଡଙ୍ଗା ଓ ଯନ୍ତ୍ରଚାଳିତ ଛୋଟ ଡଙ୍ଗା ନେଇ ମାଛ ଧରିଥାନ୍ତି, ତେଣୁ ମତ୍ସ୍ୟଜୀବୀ ଓ ବୋଟ ମାଲିକଙ୍କୁ ମତ୍ସ୍ଯ ଓ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ସେମାନଙ୍କୁ ସଚେତନ କରାଯାଇଛି । ସେହିପରି ପାରାଦ୍ୱୀପ ବନ୍ଦରକୁ ମଧ୍ୟ ସତର୍କ କରାଇ ଦିଆଯାଇଛି । ସେହିଦିନ ପାରାଦ୍ୱୀପ ବନ୍ଦରକୁ ଆସୁଥିବା ଜାହାଜ ଗୁଡିକୁ ଆଲର୍ଟ ରହିବା ପାଇଁ କୁହାଯାଇଛି । ଏପରେ କିଛି ଦିନ ତଳେ ବାଲେଶ୍ବରର 10 ଗାଁର 10 ହଜାର ଲୋକଙ୍କୁ ଆଇଟିଆର ନିକଟରୁ ସ୍ଥାନାନ୍ତର କରାଯାଇଥିଲା । 

ଇଟିଭି ଭାରତ, ଜଗତସିଂହପୁର

Last Updated : Jul 31, 2024, 11:26 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.