thumbnail

By ETV Bharat Odisha Team

Published : Jun 3, 2024, 11:10 AM IST

ETV Bharat / Videos

ପାରଳାଖେମୁଣ୍ଡିରେ କାଳବୈଶାଖୀ ତାଣ୍ଡବ; ହସ୍ପିଟାଲରେ ପଶିଲା ପାଣି, ଭାଙ୍ଗିଲା ଷ୍ଟ୍ରଙ୍ଗରୁମ୍ ବ୍ୟାରିକେଡ - rain in gajapati

ଗଜପତି: ପାରଳାଖେମୁଣ୍ଡିରେ କାଳବୈଶାଖୀ ତାଣ୍ଡବ । ପବନ ସାଙ୍ଗକୁ ପ୍ରବଳ ବର୍ଷା ଯୋଗୁଁ ଗ୍ରୀଷ୍ମରୁ ଆଶ୍ବସ୍ତି ମିଳିଥିବା ବେଳେ କ୍ଷୟକ୍ଷତି ମଧ୍ୟ ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପାଣି ପଶିବାରୁ ରୋଗୀ ଏବଂ ତାଙ୍କ ସମ୍ପର୍କୀୟମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପବନ ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହ ତାର ଛିଣ୍ଡିଥିବାରୁ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି । ଗତ କିଛି ଦିନ ହେଲା ପାରଳାଖେମୁଣ୍ଡିରେ ପ୍ରବଳ ଗରମ ସହ ଗୁଳୁଗୁଳି ଅନୁଭୂତ ହେଉଥିଲା । ଗତକାଲି ଦିନ ତମାମ  ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଲେ ସନ୍ଧ୍ୟ ୭ଟା ବେଳେ ହଠାତ୍ ଝଡ ତୋଫାନ ଆରମ୍ଭ ହୋଇଥିଲା ।  ପ୍ରାୟ ଏକ ଘଣ୍ଟା ଧରି ପ୍ରବଳ ବର୍ଷା ଓ ପବନ ଅନୁଭୂତ ହୋଇଥିଲା । ଫଳରେ ଲୋକେ ସାମାନ୍ୟ ଆଶ୍ବସ୍ତ ଅନୁଭବ କରିଛନ୍ତି । ହେଲେ ବିଭିନ୍ନ ସ୍ଥାନରେ ଗଛ ପଡିବା ସହ ବିଦ୍ୟୁତ ତାର ଛିଣ୍ଡିଥିବା ଯୋଗୁଁ ବିଦ୍ୟୁତ ସରବରାହ ପ୍ରଭାବିତ ହୋଇଛି । ବର୍ଷାର ପରିମାଣ ଏତେ ଅଧିକ ଥିଲା ଯେ, ସହରର ତଳି ଅଞ୍ଚଳରେ ପାଣି ପଶିଥିଲା । ଏପରିକି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ପାଣି ପଶିଥିବା ବେଳେ ଛାତରୁ ମଧ୍ୟ ପାଣି ପଡୁଥିବା ଦେଖିବାକୁ ମିଳିଥିଲା ।  ଏହା ସହିତ ଇଭିଏମ୍ ଷ୍ଟ୍ରଙ୍ଗରୁମ୍ ବ୍ୟାରିକେଡ ଭାଙ୍ଗିଥିବା ବେଳେ ପାଚେରୀ ମଧ୍ୟ ଭାଙ୍ଗିଛି । 

ଏହା ମଧ୍ୟ ପଢନ୍ତୁ-ନୂଆପଡାରେ କାଳବୈଶାଖୀ ତାଣ୍ଡିବ; ଭାଙ୍ଗିଲା ଗଛ, ଉଡିଲା ଘର ଛାତ - HEAVY RAIN IN NUAPADA

ଇଟିଭି ଭାରତ, ଗଜପତି 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.