ଭଦ୍ରକରେ କାଳବୌଶାଖୀ ପ୍ରଭାବ, ଲଗାଣ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଏବଂ ବଜ୍ରାଘାତ - Thunderstorm in Bhadrak

🎬 Watch Now: Feature Video

thumbnail

By ETV Bharat Odisha Team

Published : Mar 19, 2024, 7:36 PM IST

Thunderstorm in Bhadrak: ଭଦ୍ରକ:  ଗତକାଲି ବିଳମ୍ବିତ ରାତିରୁ ଭଦ୍ରକରେ ଲଗାଣ ବର୍ଷା ଲାଗି ରହିଛି  । ଆଜି ମଧ୍ୟ ଦିନ ତମାମ ଝିପିଝିପି ବର୍ଷା ଜାରି ରହିଛି। ତେବେ ଗତ କିଛି ଦିନ ଧରି ଲାଗି ରହିଥିବା ଗରମ ସାଙ୍ଗକୁ ଗୁଳୁଗୁଳିରୁ ଏବେ ସମ୍ପୂର୍ଣ୍ଣ ଆଶ୍ବସ୍ତି ମିଳିଛି। ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ସମେତ ଧାମନଗର ଆଦି ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ଅଦିନିଆ ଝଡ ତୋଫାନ ସହ ଲଗାଣ ବର୍ଷା, ଘଡ଼ଘଡ଼ି ସାଙ୍ଗକୁ ବଜ୍ରାଘାତ ଦେଖାଯାଇଛି। 

ଏହା ମଧ୍ୟ ପଢ଼ନ୍ତୁ.... କାଳବୈଶାଖୀ ପ୍ରଭାବ, ଆସନ୍ତା ୫ଦିନ ଯାଏଁ ଭିଜିବ ଓଡ଼ିଶା

ଗତକାଲି ବିଳମ୍ବିତ ରାତିରୁ ଭଦ୍ରକ ଜିଲ୍ଲାର ଧାମନଗର, ଆରଡି, ଚାନ୍ଦବାଲି, ଧାମରା, ବନ୍ତ, ଭଣ୍ଡାରିପୋଖରୀ ଆଦି ଅଞ୍ଚଳରେ ଅଦିନିଆ ଝଡ ତୋଫାନ ଲାଗି ରହିଛି। ଏପରିକି ଆକାଶରେ କଳା ମେଘ ଘୋଟି ରହିଥିବାରୁ ଘରୁ ଲୋକେ ବାହାରୁ ନଥିବା ଜଣାପଡିଛି। ଯାହା ଫଳରେ ରାସ୍ତା ଘାଟ ଜନ ଶୂନ୍ୟ ହୋଇପଡିଛି।  ଅନ୍ୟ ପକ୍ଷରେ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଧିକାଂଶ ଦୋକାନ ବଜାରମାନ ବନ୍ଦ ରହିଛି। ଏଥି ସହ ଲଗାଣ ବର୍ଷା ଜାରି ରହିଥିବା ଯୋଗୁଁ ଘନ ଘନ ବିଦ୍ୟୁତ କାଟ ଫଳରେ ଲୋକେ ଘରେ ରହି ମଧ୍ୟ ସମସ୍ୟାର ସମ୍ମୁଖିନ ହେବାକୁ ପଡିଛି। ଆଜି ଭଦ୍ରକରେ ମୋଟ ବୃଷ୍ଟିପାତର ପରିମାଣ 35 ମିଲି ମିଟର ବୋଲି ରେକର୍ଡ କରାଯାଇଛି।  

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.