ସପିଂମଲ୍‌ରେ ଭୟଙ୍କର ଅଘଟଣ, ଛାତରୁ ଲୁହା ଗ୍ରୀଲ ପଡ଼ି ୨ ମୃତ

By ETV Bharat Odisha Team

Published : Mar 3, 2024, 6:52 PM IST

thumbnail

Shopping Mall Tragedy: ନୂଆଦିଲ୍ଲୀ: ସପିଂ ମଲ୍‌ ବୁଲିବା ହେଲା କାଳ । ମଲ୍‌ ଛାତରୁ ଗ୍ରୀଲ୍ ଖସି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦେଶର ରାଜଧାନୀ ନୂଆଦିଲ୍ଲୀର ଗ୍ରେଟର ନୋଏଡାର ଅଞ୍ଚଳରେ । ଏହି ଘଟଣା ପରେ ସପିଂ ମଲରେ ଉତ୍ତେଜନା ଦେଖା ଦେଇଥିଲା । ଖବର ପାଇଁ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ପରିସ୍ଥିତିକୁ ଶାନ୍ତ କରିଥିଲା ।  

ଏହା ମଧ୍ୟ ପଢନ୍ତୁ .....କେନ୍ଦ୍ରାପଡାରେ ଚାଞ୍ଚଲ୍ୟ; ଗୋଟିଏ ପରିବାରର 3 ଜଣଙ୍କ ସନ୍ଦେହଜନକ ମୃତ୍ୟୁ

ସୂଚନାଯୋଗ୍ୟ ଆଜି (ରବିବାର) ଦିନ ଗ୍ରେଟର ନୋଏଡାର ବିସ୍ରାକ ପୋଲିସ ଥାନା ଅନ୍ତର୍ଗତ ଗାଲାକ୍ସି ବ୍ଲୁ ସାଫିର ସପିଂ ମଲକୁ ଦୁଇ ଜଣ ବ୍ୟକ୍ତି ବୁଲିବା ପାଇଁ ଆସିଥିଲେ । ଏହି ସମୟରେ ହଠାତ ପଞ୍ଚମ ମହଲା ଛାରରୁ ଏକ ଲୁହା ଗ୍ରୀଲ ଭାଙ୍ଗି ଯାଇ ତଳକୁ ଖସି ପଡ଼ିଥିଲା ଏବଂ ତଳେ ଛିଡ଼ା ହୋଇଥିବା ଦୁଇ ଜଣଙ୍କ ଉପରେ ପଡ଼ିଥିଲା । ଫଳରେ ସେମାନଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଏହି ସମୟରେ ସେଠାରେ ଥିବା ଅନ୍ୟ ଲୋକମାନେ ଦୈଡ଼ିବାକୁ ଲାଗିଥିଲେ ଏବଂ ଏକ ପ୍ରକାର ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ସଙ୍ଗେ ସଙ୍ଗେ ପୋଲିସ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିବା ସେଣ୍ଟ୍ରାଲ ନୋଏଡାର ଅତିରିକ୍ତ ଡିସିପି ହ୍ରିଦେଶ କଠେରିୟା ସୂଚନା ଦେଇଛନ୍ତି । ମୃତକ ଦୁଇ ଜଣ ହେଲେ ଗାଜିଆବାଦର ବିଜୟନଗର ପୋଲିସ ଥାନା ଅଞ୍ଚଳର ହରେନ୍ଦ୍ର ଭାଟି (୩୫) ଏବଂ ଶାକିଲ (୩୫) ବୋଲି ଜଣାପଡିଛି । ସେପଟେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ଏବଂ ଏଥିପାଇଁ କିଏ ଦାୟୀ ତାହା ତଦନ୍ତ କରୁଛି ପୋଲିସ । ସେଠାକାର ସିସିଟିଭି ଫୁଟେଜକୁ ଜବତ କରିବା ସହ ଘଟଣା ସ୍ଥଳରେ ଉପସ୍ଥିତ ଲୋକଙ୍କୁ ପଚାରାଉଚରା କରୁଛି ପୋଲିସ । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.