thumbnail

ରାଜଧାନୀରେ ଦାଣ୍ଡିଆ ଆସର, ଗୀତାର ତାଳେ ତାଳେ ଝୁମିଲେ ଯୁବପିଢ଼ି

By ETV Bharat Odisha Team

Published : 3 hours ago

ଭୁବନେଶ୍ବର: ରାଜଧାନୀରେ ଦାଣ୍ଡିଆ ଆସର, ପ୍ରୟାସ ଦାଣ୍ଡିଆ ମହୋତ୍ସବରେ ଗୀତାର ଧୁନରେ ନାଚିଲେ ଯୁବପିଢ଼ି । ଜଗତଜନନୀ ମା' ଦୁର୍ଗାଙ୍କ ଆଗମନକୁ ନେଇ ରାଜଧାନୀରେ ପାର୍ବଣର ମାହୋଲ ଦେଖିବାକୁ ମିଳିଥିବା ବେଳେ ଏହି ମାହୋଲକୁ ଆଉ ଟିକିଏ ଖୁସି ଓ ରଙ୍ଗୀନ କରିବା ପାଇଁ ଜମିଛି ଦାଣ୍ଡିଆ ଆସର । ସହରର ବିଭିନ୍ନ ସ୍ଥାନରେ ଦାଣ୍ଡିଆ ଧୁନରେ ସମସ୍ତେ ନୃତ୍ୟରେ ମାତିଥିବାବେଳେ ପ୍ରୟାସ ପକ୍ଷରୁ ପଦର୍ଶନୀ ପଡିଆରେ ଆରମ୍ଭ ହୋଇଛି ଦାଣ୍ଡିଆ ମହୋତ୍ସବ । କମିଶନରେଟ ପୋଲିସ୍‌ର କଟକଣା ଅନୁସାରେ ସନ୍ଧ୍ୟା ୬ଟାରୁ ୧୦ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ । 

ଏହା ମଧ୍ୟ ପଢନ୍ତୁ...ବିରଳ ଶକ୍ତିପୀଠ, ବର୍ଷରେ ମାତ୍ର ୧୬ ଦିନ ପୂଜା ପାଆନ୍ତି ଦେବୀ ଦଣ୍ଡ ମା'

କ୍ଲାନ୍ତ ଜୀବନରୁ ବାହାରି ଟିକିଏ ମନୋରଞ୍ଜନ ପାଇଁ ଏହି ମହୋତ୍ସବର ଆୟୋଜନ ହୋଇଥିବା ବେଳେ ପରିବାର ପ୍ରିୟଜନ ଓ ସାଙ୍ଗଙ୍କ ସହ ଆସି ସମସ୍ତେ ହାତରେ ଦାଣ୍ଡିଆ କାଠି ଧରି ଗୀତାର ତାଳେ ତଳେ ନୃତ୍ୟ କରୁଛନ୍ତି ଓ ଟିକିଏ ଖୁସି ସାଉଣ୍ଟୁଛନ୍ତି । ଏଥିରେ କେବଳ ରାଜଧାନୀ ନୁହେଁ ଅନ୍ୟଜିଲ୍ଲାରୁ ମଧ୍ୟ ଲୋକମାନେ ବହୁ ମାତ୍ରାରେ ଆସି ସାମିଲ ହୋଇଛନ୍ତି ଆଉ ଟିକିଏ ନାଚି ପରସ୍ପର ସହ ଖୁସି ବାଣ୍ଟୁଛନ୍ତି ।  

ଇଟିଭି ଭାରତ,ଭୁବନେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.