ବୋତଲ ଭିତରେ ସୁକ୍ଷ୍ମ କଳାକୃତି, ଗଣେଶ ପୂଜାର ଶୁଭେଚ୍ଛା ଜଣାଇଲେ ଶିଳ୍ପୀ - Ganesh Chaturthi 2024

By ETV Bharat Odisha Team

Published : Sep 7, 2024, 5:34 PM IST

thumbnail
Ganesh Chaturthi 2024 (ETV Bharat Odisha)

ଖୋର୍ଦ୍ଧା: ସବୁବେଳେ ତାଙ୍କ ସୁକ୍ଷ୍ମ କଳାକୃତି ତାଙ୍କୁ ପ୍ରସିଦ୍ଧି ଆଣି ଦେଇଛି । କିଛି ନିଆରା କରିବାର ପ୍ରଚେଷ୍ଟା ତାଙ୍କୁ ଜନମାନସରେ ପରିଚିତ କରିଛି । ଖୋର୍ଦ୍ଧା ଜିଲ୍ଲା ଜଟଣୀ ହାଟବଜାର ଅଞ୍ଚଳର ସୁକ୍ଷ୍ମ ଶିଳ୍ପୀ ଏଲ. ଈଶ୍ୱର ରାଓ ପୁଣିଥର ତାଙ୍କ ସୁକ୍ଷ୍ମ କଳାକୃତି ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ଆଜି ଅଗ୍ରପୂଜ୍ୟଙ୍କ ପୂଜା ପାଇଁ ପୁରପଲ୍ଲୀ ଚଳଚଞ୍ଚଳ ହୋଇ ଉଠିଛି । ଗଣେଶ ପୂଜା ଅବସରରେ ପରିବେଶ ପାଇଁ ମାଟିର ମୂର୍ତ୍ତି ପୂଜା କରିବା ପାଇଁ ବାର୍ତ୍ତା ଦେଇଛନ୍ତି ସୁକ୍ଷ୍ମ ଶିଳ୍ପୀ ଈଶ୍ୱର । ସେହିଭଳି ଗଣେଶ ପୂଜା ପାଇଁ ସବୁ ବର୍ଷ ଭଳି ଏହି ବର୍ଷ ମଧ୍ୟ ଗଣେଶ ଏକ ୭୫୦ ମିଲି ବୋତଲ ଭିତରେ ଆଇସକ୍ରିମ କାଠିରେ ତିଆରି କରିଛନ୍ତି ଗଣେଶଙ୍କ ମୂର୍ତ୍ତି ଓ ମେଢ଼ । ଏହି କାମ କରିବା ପାଇଁ ତାଙ୍କୁ ୧୦ ଦିନ ସମୟ ଲାଗିଥିବା ବେଳେ ଏହି କାମରେ ଆଇସକ୍ରିମ କାଠି, ସିଲଭର ପେପର ଓ ସୁତୁଲି ବ୍ୟବହାର କରାଯାଇଛି । ଏହି ସୁକ୍ଷ୍ମ କଳାକୃତିର ଉଚ୍ଚତା ୫ ଇଞ୍ଚ ଓସାର ସାଢ଼େ ୨ ଇଞ୍ଚ ରହିଛି । ସେହିପରି ଏହି ମେଢ଼ ଭିତରେ ଅରଖଗଛ ଚେରରେ ୧ ଇଞ୍ଚ ଉଚ୍ଚତାର ଗଣେଶ ମୂର୍ତ୍ତି ବସିଛନ୍ତି । ଏହି କଳା ମାଧ୍ୟମରେ ଶିଳ୍ପୀ ଈଶ୍ୱର ସମସ୍ତଙ୍କୁ ଗଣେଶ ପୂଜାର ଶୁଭେଚ୍ଛା ଜଣାଇବାଛନ୍ତି ।
 

ଏହା ମଧ୍ୟ ପଢ଼ନ୍ତୁ...ସୂକ୍ଷ୍ମ କଳାରେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା - Greetings to BJP LEEADRS
ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.