Ganesha Puja 2024: ବାଲୁକା ଶିଳ୍ପୀଙ୍କ ସୂକ୍ଷ୍ମ କଳାକୃତି, ପ୍ରସ୍ତୁତ କରିଛନ୍ତି 7 ପ୍ରକାର ଗଜାନନ ମୂର୍ତ୍ତି - Ganesh Chaturthi 2024

By ETV Bharat Odisha Team

Published : Sep 7, 2024, 12:32 PM IST

thumbnail
GANESH IDOL (ETV BHARAT ODISHA)

ବ୍ରହ୍ମପୁର: ଆଜି ଧରାପୃଷ୍ଠରେ ବିରାଜିଛନ୍ତି ପାର୍ବତୀ ନନ୍ଦନ, ବିଘ୍ନବିନାଶକ ପ୍ରଭୁ ଶ୍ରୀ ଗଣେଶ । ଉତ୍ସବମୁଖର ପୁରଠାରୁ ପଲ୍ଲୀ । ସବୁଠି ଚାଲିଛି ଗଜାନନଙ୍କ ପୂଜାର୍ଚ୍ଚନା । ପବିତ୍ର ଗଣେଶ ପୂଜା ଅବସରରେ ସ୍ଫଟିକ, ମାଟି, ସାବୁନ୍, କାଠ ଓ ଚକ୍ ପରି ବିଭିନ୍ନ ଉପାଦାନରେ ବ୍ୟବହାର କରି ଅଗ୍ରପୂଜ୍ୟ ଗଜାନନଙ୍କ ମୂର୍ତ୍ତି କରିଛନ୍ତି ବ୍ରହ୍ମପୁର ସହରର ଯୁବ ବାଲୁକାଶିଳ୍ପୀ ସତ୍ୟ ନାରାୟଣ ମହାରଣା । ଏପରି ଇକୋ-ଫ୍ରେଣ୍ଡଲି ମୂର୍ତ୍ତି ତିଆରି କରି ପରିବେଶ ସୁରକ୍ଷା ସମ୍ପର୍କରେ ସେ ସଚେତନ ମଧ୍ୟ କରାଇଛନ୍ତି । ମାଟିରେ ପ୍ରସ୍ତୁତ ଦୁଇଟି ମୂର୍ତ୍ତି ମଧ୍ୟରେ ଗୋଟିଏର ଉଚ୍ଚତା 3.5 ସେ.ମି ଓ ଓସାର 3 ସେ.ମି ରହିଛି । ସେହିପରି ମାଟି ସହ ହଳଦୀ କୁଙ୍କୁମରେ ତିଆରି ମୂର୍ତ୍ତିର ଉଚ୍ଚତା 2.8 ସେଣ୍ଟିମିଟର ଓ ଓସାର 3ସେଣ୍ଟିମିଟର ରହିଛି । ଚକ୍‌ରେ ପ୍ରସ୍ତୁତ ଦୁଇଟି ମୂର୍ତ୍ତି ମଧ୍ୟରୁ ଯାହାର ଉଚ୍ଚତା ଓ ଓସାର ଯଥାକ୍ରମେ 2.2 ସେଣ୍ଟିମିଟର ଓ 1ସେଣ୍ଟିମିଟର ରହିଥିବା ବେଳେ ଅନ୍ୟଟି 2.7 ସେମି ଉଚ୍ଚତା ଓ 1.2 ସେମି ଓସାର ବିଶିଷ୍ଟ ରହିଛି । ସେହିପରି ସାବୁନରେ ମଧ୍ୟ ପ୍ରସ୍ତୁତ ହୋଇଛି ଗଣପତିଙ୍କ ମୂର୍ତ୍ତି । ଗୋଟିଏର ଉଚ୍ଚତା 3.2 ସେମି ଓ 2.5 ସେମି ଓସାର ରହିଛି । ସ୍ଫଟିକରେ ତିଆରି ମୂର୍ତ୍ତିର ଉଚ୍ଚତା 5.5 ସେମି ଓ ଓସାର 5.7 ସେମି ରହିଛି । କାଠରେ ପ୍ରସ୍ତୁତ ପ୍ରତିକୃତିର ଉଚ୍ଚତା 4ସେମି ଓ ଓସାର 2.5ସେମି ରହିଛି ।  

ଏହା ମଧ୍ୟ ପଢନ୍ତୁ-ଆସିଛନ୍ତି ବିଦ୍ୟାଦାତା ଅଗ୍ରପୂଜ୍ୟ: କାହିଁକି ହସ୍ତୀ ମସ୍ତକ ଧାରଣ କଲେ ଶ୍ରୀ ଗଣେଶ ? ଜାଣନ୍ତୁ ପୂରାଣ ବର୍ଣ୍ଣନା - Ganesh Chaturthi 2024

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.