'ବିଜେଡି ସରକାରରେ କିଛି ଲୋକ ଭୋଟ ରାଜନୀତି କରିବାକୁ ଯାଇ ଏପରି କରିଛନ୍ତି' - Bogus Ration card holders in Odisha - BOGUS RATION CARD HOLDERS IN ODISHA
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/14-07-2024/640-480-21951114-thumbnail-16x9-ration.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jul 14, 2024, 9:38 PM IST
ଢେଙ୍କାନାଳ: ରାଜ୍ୟରେ 25ଲକ୍ଷ ନକଲି ରାସନ କାର୍ଡ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ଆଗକୁ ଏମାନଙ୍କ ସଂଖ୍ୟା ଆହୁରି ମଧ୍ୟ ବଢିପାରେ । ଏହି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖି ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି, "ବିଜେଡି ସରକାର ସମୟରେ କିଛି ରାଜନୈତିକ ଲୋକ ଭୋଟ ରାଜନୀତି କରିବାକୁ ଯାଇ ଏପରି କରିଛନ୍ତି । କିନ୍ତୁ ବିଜେପି ସରକାରର ଲକ୍ଷ୍ୟ ଯୋଗ୍ୟ ଓ ଗରିବ ହିତାଧିକାରୀମାନେ ଏହି ସୁଯୋଗ ପାଆନ୍ତୁ । ପ୍ରଥମେ କେତେ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି ତାର ଏକ ତାଲିକା ତୁରନ୍ତ ପ୍ରସ୍ତୁତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ପ୍ରଥମେ ତାଲିକା ତିଆରି ହେଉ । ଏହି ନକଲି ବା ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୫୦ଲକ୍ଷ ବା ଊର୍ଦ୍ଧ୍ବ ହୋଇପାରେ ।"
ଏହା ବି ପଢନ୍ତୁ- ରାସନ କାର୍ଡ ରାଜନୀତି: ଭୂତ ହିତାଧୀକାରୀଙ୍କ ତଥ୍ୟ ମାଗିଲା ବିଜେଡି, ପ୍ରତିକ୍ରିୟା ରଖିଲା ବିଜେପି
ଇଟିଭି ଭାରତ, ଢେଙ୍କାନାଳ