ଉଠିଲା କଟକଣା, ପୁଣି ଚଳଚଞ୍ଚଳ ପାରାଦ୍ୱୀପ ମାଛଧରା ବନ୍ଦର - FISHING START IN PARADEEP PORT - FISHING START IN PARADEEP PORT
🎬 Watch Now: Feature Video
Published : Jun 17, 2024, 7:22 AM IST
FISHING START IN PARADEEP PORT:ପାରାଦ୍ବୀପ: ସଜଡା ହେଲାଣି ମାଛଧରା ଜାଲ, ସଜେଇ ହେଲେଣି ପାରମ୍ପାରିକ ମତ୍ସ୍ୟଜୀବୀ । ପୁଣି ଯିବେ ସମୁଦ୍ର ମଧ୍ୟକୁ ଆଉ ବୋହି ଆଣିବେ ବିଭିନ୍ନ ପ୍ରଜାତିର ଗଦା ଗଦା ମାଛ । ହସ ଫୁଟାଇବେ ନିଜର ମାଲିକ ତଥା ପରିବାର ବର୍ଗଙ୍କ ମୁହଁରେ ଆଉ ଦୈନିକ ରୋଜଗାରର ପନ୍ଥା ଯୋଗାଇବ ପାରମ୍ପାରିକ ମତ୍ସ୍ୟ ବ୍ୟବସାୟୀଙ୍କୁ । ସେଥିପାଇଁ ଆୟୋଜିତ ହୋଇଛି ବରୁଣ ଶାନ୍ତି ମହାଯଜ୍ଞ । ଗତ ଦୁଇ ତିନିଦିନ ହେବ ଚଳ ଚଞ୍ଚଳ ହୋଇ ଉଠିଛି ପାରାଦ୍ବୀପ ମାଛଧରା ବନ୍ଦର । ଗତ ଦୁଇ ମାସ ଧରି କଟକଣା ଦ୍ବାରା ବନ୍ଦ ରହିଥିବା ମାଛଧରା ଏବେ ପୁଣି ଆରମ୍ଭ ହେବାକୁ ଯାଉଛି ।
ଜୁନ ୧୪ ତାରିଖରେ ଏହି କଟକଣା ହଟି ଯାଉଥିବାରୁ ୧୬ତାରିଖଠାରୁ ଏନେଇ ପୁଣି ରିତିମତ ମାଛଧରା ଚାଲିବ । ଯେତେବେଳେ ଏହି କଟକଣା ସମୟ ସରିଯାଏ ଏବଂ ମାଛ ମାରିବାକୁ ମତ୍ସ୍ୟଜୀବୀ ବୋଟ୍ ବା ଡଙ୍ଗା ନେଇ ସମୁଦ୍ର ମଧ୍ୟକୁ ଯିବା ପାଇଁ ପ୍ରସ୍ତୁତ ହୁଅନ୍ତି । ସେତେବେଳେ ଧନ ଜୀବନ ରକ୍ଷା ଓ ବୋଟ୍ କିଭଳି ସୁରକ୍ଷାରେ ଫେରିବ ଏବଂ ମତ୍ସ୍ୟଜୀବୀ କିଭଳି ସୁରକ୍ଷିତ ରହିବେ ସେ ନେଇ ମାଛଧରା ବନ୍ଦର ମଧ୍ୟରେ ମତ୍ସ୍ୟ ବ୍ୟବସାୟୀମାନେ ଏକ ବିଶାଳ ଯଜ୍ଞର ଆୟୋଜନ କରିଥାନ୍ତି । ଏହି ଯଜ୍ଞ ତିନିଦିନ ଧରି ଚାଲିଥାଏ । ଶେଷ ଦିନ ପୂର୍ଣ୍ଣାହୁତି ପରେ ବୋଟ୍ ବା ଡଙ୍ଗାଗୁଡିକ ପ୍ରସ୍ତୁତ ହୋଇ ମାଛ ମାରିବା ପାଇଁ ସମୁଦ୍ରକୁ ବାହାରିଥାନ୍ତି । ହଜାର ହଜାର ମତ୍ସ୍ୟଜୀବୀ ଏହି ବିଶ୍ବାସରେ ପୂର୍ଣ୍ଣାହୁତି ଦେଇ ସମସ୍ତଙ୍କର ମଙ୍ଗଳ କାମନା କରିଥାନ୍ତି । ଯାହାକି ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଏକ ପ୍ରକାର ଖୁସିର ବାତାବରଣ ଖେଳି ଯାଇଥାଏ ।
ଏହା ମଧ୍ୟ ପଢନ୍ତୁ.....ଅସ୍ତବ୍ୟସ୍ତ କରୁଛି ଗୁଳୁଗୁଳି, କେବେ ଆସିବ ବର୍ଷା ? - Odisha Weather
ସେପଟେ ଏହି କଟକଣା ସମୟରେ ସରକାରଙ୍କ ଉଦାସୀନତା ଯୋଗୁଁ କେତେକ ମତ୍ସ୍ୟଜୀବି ଅସନ୍ତୋଷ ଜାହିର କରିଛନ୍ତି । ବନ୍ଦ ସମୟରେ ସରକାରଙ୍କ ପକ୍ଷରୁ କୌଣସି ସାହାଯ୍ୟ ସହଯୋଗ ନ ମିଳିବା ସହିତ ଦୀର୍ଘ ଦିନ ହେବ ମୁହାଁଣ ମୁହଁ ଖୋଳା ନ ହେବା କାରଣରୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତେବେ ମତ୍ସ୍ୟ ଉତ୍ପାଦକ ସଂଘର ଦୀର୍ଘ ଦିନର ଡିଜେଲ୍ ସବ୍ ସିଡି ନେଇ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତି ନିଆଯାଇନାହିଁ । ତେବେ ବର୍ତ୍ତମାନ ରାଜ୍ୟରେ ଶାସନ ବଦଳିଛି ଏବଂ ଏନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସଭାପତି ଶ୍ରୀକା ପରିଡ଼ା କହିଛନ୍ତି ।
ଇଟିଭି ଭାରତ, ଜଗତସିଂହପୁର