thumbnail

କଟକରେ ହେବ ଫୁଟବଲ ଷ୍ଟାଡିୟମ; ଆରମ୍ଭ ହେଲା ଫାଓ ଲିଗ, ଲକ୍ଷ୍ୟ ସନ୍ତୋଷ ଟ୍ରଫି - FAO League

By ETV Bharat Odisha Team

Published : Jul 25, 2024, 9:05 AM IST

କଟକ: କଟକରେ ଆରମ୍ଭ ହେଲା ଏମଜିଏମ ଫାଓ ଲିଗ। ଓଡିଶା ଫୁଟବଲ ସଂଘ ପକ୍ଷରୁ ବୁଧବାର ଠାରୁ ଓଡିଶା କଟକ ବାରବାଟୀ ଷ୍ଟାଡିଅମରେ ଆରମ୍ଭ ହୋଇଛି ଏମଜିଏମ ଫାଓ ଲିଗ । ତିନି ମାସ ଧରି ଖେଳାଯିବାକୁ ଥିବା ଏହି ଲିଗରେ ମୋଟ 33 ଟିମ ଭାଗ ନେଇଛନ୍ତି । ରାଜ୍ୟ ତଥା ରାଜ୍ୟ ବାହାରୁ ଖେଳାଳି ମାନେ ଏଥିରେ ଅଂଶ ଗ୍ରହଣ କରିଛନ୍ତି। ଆଗାମୀ ଦିନରେ ହେବାକୁ ଥିବା ସନ୍ତୋଷ ଟ୍ରଫି ପାଇଁ ତୃଣମୂଳ ସ୍ତରରୁ ଭଲ ଖେଳାଳି ଚୟନ କରିବା ଏହି ଲିଗର  ମୂଳ ଲକ୍ଷ ।  ଏହା ବାଦ୍‌ ରାଜ୍ୟରେ ଫୁଟବଲ କ୍ରୀଡାର ବିକାଶ ପାଇଁ ନୂଆ କମିଟି ପକ୍ଷରୁ ଅନେକ ଯୋଜନା ହାତକୁ ନିଆଯାଇଛି। ଏହାସହ କଟକରେ ଏକ ଫୁଟବଲ ଷ୍ଟାଡିୟମ ନିର୍ମାଣ ହେବା ନେଇ ମଧ୍ୟ ଯୋଜନା ରଖାଯାଇଥିବା ସ୍ପଷ୍ଟ କରିଛି ଫାଓର ନୂଆ କମିଟି। ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓସିଏ ଉପ ସଭାପତି ପଙ୍କଜ ଲୋଚନ ମହାନ୍ତି ଯୋଗ ଦେଇଥିଲା ବେଳେ ଫାଓ ସଭାପତି ସମୀର ଦେ ଓ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ସମେତ ପ୍ରମୁଖ ପୂର୍ବତନ ଫୁଟବଲ ଖେଳାଳି ଯୋଗଦେଇଥିଲେ। 

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.