ଇଟିଭି ଭାରତର ପ୍ରଭାବ; ମତଦାନ କରିବେ ନଗଡାର ଜୁଆଙ୍ଗ, ଗାଡ଼ିର ବ୍ୟବସ୍ଥା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ - ETV Bharat Impact

By ETV Bharat Odisha Team

Published : May 20, 2024, 5:17 PM IST

thumbnail
ଯାଜପୁର ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣଙ୍କ ସହିତ ଇଟିଭି ଭାରତର ସ୍ୱତନ୍ତ୍ର ସାକ୍ଷାତକାର (ETV Bharat Odisha)

Jajpur Collector Nikhil Pavan Kalyan: ଯାଜପୁର: ରାଜ୍ୟର ଶେଷ ପର୍ଯ୍ୟାୟ ଅର୍ଥାତ ଜୁନ 1 ତାରିଖରେ ଯାଜପୁର ଜିଲ୍ଲାରେ ହେବ ଭୋଟ ଗ୍ରହଣ । ମତଦାନ ପାଇଁ ଥିବା ସମସ୍ତ ପକ୍ରିୟା ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ନାମାଙ୍କନ ପତ୍ର ଦାଖଲ ଠାରୁ ଆରମ୍ଭ କରି ପ୍ରତ୍ୟାହାର କାର୍ଯ୍ୟ ତାରିଖ ଶେଷ ହୋଇଛି । ଚଳିତ ବର୍ଷ ଯାଜପୁର ଜିଲ୍ଲାର 7ଟି ନିର୍ବାଚନ ମଣ୍ଡଳୀ ଯଥା କୋରେଇ, ଯାଜପୁର, ବିଂଝାରପୁର, ସୁକିନ୍ଦା, ଧର୍ଶଶାଳା, ବଡ଼ଚଣା ଓ ବରୀ ସହ ଗୋଟିଏ ଲୋକସଭା ସିଟ ପାଇଁ ଭୋଟ ଗ୍ରହଣ ହେବ ।

ବିଶେଷ ଭାବରେ ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନଗଡାରେ 272 ଜଣ ଭୋଟଙ୍କ ପାଇଁ ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା ହେବ ବୋଲି ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହାସହ ନଗଡାରେ ରହୁଥୁବା ଜୁଆଙ୍ଗମାନେ 14 କିଲୋମିଟର ଆସି ଦେଓଗାଁ ଭୋଟଦେବାକୁ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏନେଇ ଏନେଇ ‘ଇଟିଭି ଭାରତ’ରେ ପ୍ରଥମେ ଖବର ପ୍ରସାରଣ ପରେ ଚେଇଁଛି ଜିଲ୍ଲା ପ୍ରଶାସନ । ଆଜି ଯାଜପୁର ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ ଏହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ ସେମାନଙ୍କ ପାଇଁ ଗାଡ଼ିର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ଶେଷ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ କିଭଳି ଶାନ୍ତିଶୃଙ୍ଖଳାର ସହିତ ମତଦାନ ଶେଷ ହେବ ସେନେଇ ସମସ୍ତ ପ୍ରୟାସ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ସେପଟେ ଏହି ନିର୍ବାଚନକୁ ନେଇ କେଉଁ କେଉଁ ବ୍ୟବସ୍ଥା କରାଯାଇଛି, କିଭଳି ଏହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ସେନେଇ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାରରେ ଅଧିକ ଆଲୋଚନା କରିଛନ୍ତି ଯାଜପୁର ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ ।

ଏହା ମଧ୍ୟ ପଢ଼ନ୍ତୁ...ବିକାଶର ଧାରାରେ ଅପହଞ୍ଚ ନଗଡା, ଭୋଟ ଦେବାକୁ ଅମଙ୍ଗ ଅଞ୍ଚଳବାସୀ ! - Nagada Villagers Say No To Vote

ଇଟିଭି ଭାରତ, ଯାଜପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.