thumbnail

By ETV Bharat Odisha Team

Published : Mar 1, 2024, 3:37 PM IST

ETV Bharat / Videos

ପିୟୁଷ ତ୍ରିପାଠୀଙ୍କ ସ୍ୱତନ୍ତ୍ର ସାକ୍ଷାତକାର, ଜୀବନ ଶେଷ ଯାଏଁ ଯାତ୍ରା କରୁଥିବି କହିଲେ ଅଭିନେତା

Piyush Tripathy On Jatra Carrier: ଭୁବନେଶ୍ୱର: ଫେବୃଆରୀ ୧୮ରୁ ଆରମ୍ଭ ହୋଇଥିବା ରାଜଧାନୀର ଲୋକପ୍ରିୟ ଯାତ୍ରା ଖଣ୍ଡଗିରି ଯାତ୍ରା ଆଜି ଶେଷ ହୋଇଛି । ଚଳିତ ବର୍ଷ ୧୨ ଦିନ ଧରି ଯାତ୍ରା ମହାକୁମ୍ଭ ଚାଲିଥିବା ବେଳେ ୧୬ଟି ପାର୍ଟିର ୧୬ ନାଟକ ପରିବେଷଣ କରାଯାଇଥିଲା । ଭିନ୍ନ ଭିନ୍ନ କାହାଣୀର ଭିନ୍ନ ଭିନ୍ନ ନାଟକ ଦର୍ଶକଙ୍କୁ ବେଶ ମତୁଆଲା କରିଥିଲା । ଏହାରି ମଧ୍ୟରେ ଯାତ୍ରା ଦୁନିଆରେ ବେଶ ଚର୍ଚ୍ଚାରେ ଥିବା ଅଭିନେତା ପିୟୁଷ ତ୍ରିପାଠୀ ଖଣ୍ଡଗିରି ମହାକୁମ୍ଭର ଶେଷ ଦିନରେ ନିଜର ମନର କଥା କହିଛନ୍ତି । ସେ ଜୀବନ ଶେଷ ଯାଏଁ ଯାତ୍ରା କରୁଥିବି ବୋଲି କହିଛନ୍ତି । 

ସେ ଇଟିଭି ଭାରତକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି, ''ଯାତ୍ରା ପ୍ରତିଥିବା ମୋର ଭଲପାଇବା ଓ ଦର୍ଶକଙ୍କ ଭଲପାଇବା ପାଇଁ ମୁଁ ପୋଲିସ ଚାକିରୀ ଛାଡ଼ିଥିଲି । ଅଭିନୟ ପାଇଁ, ଚାକିରି ଛାଡ଼ିଥିଲି । ଆଜି ସେଇ ଅଭିନୟ ମୋତେ ସମ୍ମାନ ଦେଇଛି ପରିଚୟ ଦେଇଛି ଆଉ ଲୋକଙ୍କ ଭଲପାଇବା ଦେଇଛି । ସେହି ଦର୍ଶକ ମୋ ପାଇଁ ଭଗବାନ ତେଣୁ ତାଙ୍କ ମନୋରଞ୍ଜନ ପାଇଁ ମୁ ଜୀବନର ଶେଷ ବିନ୍ଦୁ ପର୍ଯ୍ୟନ୍ତ ଯାତ୍ରା କଳାକାର ଭାବରେ କାର୍ଯ୍ୟକରିବି । ଆଉ ଲୋକଙ୍କୁ ହସାଇବି କାନ୍ଦିବି ବୋଲି ସେ ବୋଲି କହିଛନ୍ତି। 

ଏହା ମଧ୍ୟ ପଢନ୍ତୁ: ଖଣ୍ଡଗିରିରେ ଆରମ୍ଭ ହେଲା ଯାତ୍ରା ମହାକୁମ୍ଭ, ଦମଦାର ସଂଳାପ ସହ ନାଚ ଗୀତର ଧୁନରେ ଦୁଲୁକୁଛି ଯାତ୍ରା ମଞ୍ଚ

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.